ରେକର୍ଡ ଭାଙ୍ଗୁଛି ମହାମାରୀ । ରାଜ୍ୟରେ ଆଜି ସର୍ବାଧିକ ୭୫୫ ନୂଆ ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୫୦୮ ଏବଂ ୨୪୭ଜଣ ଲୋକାସ୍ କେସ୍ ।

6,526

କନକ ବ୍ୟୁରୋ: ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୭୫୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୦୮ ଓ ସ୍ଥାନୀୟ ଅଂଚଳରୁ ୨୪୭ ଆକ୍ରାନ୍ତ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦, ଯାଜପୁରରୁ ୮୬, ସୁନ୍ଦରଗଡରୁ ୬୨, କଟକରୁ ୫୫, ଖୋର୍ଦ୍ଧାରୁ ୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।


ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୧୧ ହଜାର ୯୫୬ରେ ପହଁଚିଛି । ଏମାନଙ୍କ ମଧ୍ୟରେୁ ୭ହଜାର ୪୦୭ ଜଣ ସୁସ୍ଥ ହୋଇଥିବାବେଳେ ୪ ହଜାର ୪୭୬ ସୁସ୍ଥ ହୋଇଛନ୍ତି । ଗତକାଲି ପରୀକ୍ଷା କରାଯାଇଥିବା ୬ ହଜାର ୪୫୬ ନମୁନା ପରୀକ୍ଷାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।