କନକ ବ୍ୟୁରୋ: ଗତ ୨୪ ଘଂଟାରେ ରାଜ୍ୟରେ ୫୭୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୩୮୪ ଜଣ ଏବଂ ସ୍ଥାନୀୟ ଅଂଚଳରୁ ଅଛନ୍ତି ୧୮୬ । ମୋଟ୍ ୧୯ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ଗତ ୨୪ଘଂଟାରେ ଗଂଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୨୧୮ ଆକ୍ରାନ୍ତ ।

Advertisment

ଆଜି ୧୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬, ଯାଜପୁରରୁ ୪୦, ଖୋର୍ଦ୍ଧା ଓ ନୟାଗଡ଼ରୁ ୩୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ଝାରସୁଗୁଡ଼ାରୁ ୩୧, ଗଜପତିରୁ ୨୫, ଜଗତସିଂହପୁରରୁ ୧୬, ପୁରୀରୁ ୧୫, କେନ୍ଦୁଝରରୁ ୧୪, ଅନୁଗୁଳ ଓ କୋରାପୁଟରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ମୟୂରଭଞ୍ଜରୁ ୧୦, କେନ୍ଦ୍ରାପଡ଼ାରୁ ୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୩୮୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୬ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏବେ ରାଜ୍ୟରେ ମୋଟ୍ ୭୯୭୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୭୫ ରହିଛି।