୨୩ ଜିଲ୍ଲାରୁ ୫୪୩ ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନ ସେଣ୍ଟରରୁ ୩୫୪ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯; ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୨୮୦ରେ ପହଞ୍ଚିଲା

Advertisment
ଆଉ ୪ ଜଣଙ୍କ ଜୀବନ ନେଲା କରୋନା: ଖୋର୍ଦ୍ଧାରୁ ୨, ଗଞ୍ଜାମ ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ; ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି

କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି କରୋନା ମହାମାରୀ । ଆଜି ରାଜ୍ୟରେ ଆଜି ଆଉ ୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୩ ଜିଲ୍ଲାରୁ ଆଜିର ଆଉ ୫୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୩୫୪ ଜଣ ଆକ୍ରାନ୍ତ ହେଉଛନ୍ତି  ସଂଗରୋଧ କେନ୍ଦ୍ରରୁ ଏବଂ ବାକି ୧୮୯ ଜଣ ସଂକ୍ରମିତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୫୪୩ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଗଂଜାମ ଜିଲ୍ଲାରୁ ୧୮୮ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧, ବାଲେଶ୍ୱରରୁ ୮, ବରଗଡରୁ ୩, ଭଦ୍ରକରୁ ୧, ବଲାଙ୍ଗିରରୁ ୫, ବୌଦ୍ଧରୁ ୭, କଟକରୁ ୩୯, ଢେଙ୍କାନାଳରୁ ୨, ଗଜପତିରୁ ୨୯, ଜଗତସିଂହପୁରରୁ ୧୫, ଯାଜପୁରରୁ ୧, ଝାରସୁଗୁଡାରୁ ୬, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୨୨, ଖୋର୍ଧାରୁ ୮୭, ମାଲକାନଗିରିରୁ ୧୧, ମୟୂରଭଂଜରୁ ୨୨, ନୟାଗଡରୁ ୧, ପୁରୀରୁ ୭, ରାୟଗଡାରୁ ୨୪, ସମ୍ବଲପୁରରୁ ୨ ଏବଂ ସୁନ୍ଦରଗଡରୁ ୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୨୮୦ରେ ପହଂଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୯ ହଜାର ୨୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe