ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟର ୨୬ ଜିଲ୍ଲାରୁ ଆଜି ଆଉ ୫୨୭ ପଜିଟିଭ । ସଂଗରୋଧ କେନ୍ଦ୍ରରୁ ୩୩୮ ଏବଂ ସ୍ଥାନୀୟ ଅଂଚଳରୁ ୧୮୯ ଆକ୍ରାନ୍ତ ଚିହ୍ନଟ

2,748

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ମିଟର । ଦିନ ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚିନ୍ତା ମଧ୍ୟ ବଢିଚାଲିଛି । ଇତି ମଧ୍ୟରେ ଆଜି ପୁଣି ରାଜ୍ୟରେ ୫୨୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ଭିତରୁ ୩୩୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଏବଂ ବାକି ୧୮୯ ଜଣ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଅଂଚଳର । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୬୨୪କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ୫୨୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ଗଂଜାମ ଜିଲ୍ଲାରୁ ୨୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧, ବାଲେଶ୍ୱରରୁ ୨୬, ବରଗଡରୁ ୧, ଭଦ୍ରକରୁ ୨, ବଲାଙ୍ଗିରରୁ ୨୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୭, ଢେଙ୍କାନାଳରୁ ୧, ଗଜପତିରୁ ୩, ଜଗତସିଂହପୁରରୁ ୪, ଯାଜପୁରରୁ ୨୫, ଝାରସୁଗୁଡାରୁ ୪, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୭, ଖୋର୍ଧାରୁ ୫୦, କୋରାପୁଟରୁ ୬, ମାଲକାନଗିରିରୁ ୩, ମୟୂରଭଂଜରୁ ୧୦, ନବରଙ୍ଗପୁରରୁ ୩, ନୟାଗଡରୁ ୧୮, ପୁରୀରୁ ୧୬, ରାୟଗଡାରୁ ୧, ସମ୍ବଲପୁରରୁ ୧, ସାଲେପୁର ୫ ଏବଂ ସୁନ୍ଦରଗଡରୁ ୭୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.