ମାଡିଚାଲିଛି ମହାମାରୀ: ରାଜ୍ୟରେ ନୂଆ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ; କ୍ୱାରେଂଟିନ ସେଂଟରରୁ ୩୫୫ ଓ ୧୪୦ ସ୍ଥାନୀୟ ସଂକ୍ରମିତ, ଗଂଜାମରେ ସର୍ବାଧିକ ୨୧୬

Advertisment
ମାଡିଚାଲିଛି ମହାମାରୀ: ରାଜ୍ୟରେ ନୂଆ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ; କ୍ୱାରେଂଟିନ ସେଂଟରରୁ ୩୫୫ ଓ ୧୪୦ ସ୍ଥାନୀୟ ସଂକ୍ରମିତ, ଗଂଜାମରେ ସର୍ବାଧିକ ୨୧୬

କନକ ବ୍ୟୁରୋ: ରାଜ୍ୟରେ ଭୟ ବଢାଉଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଆଜି ରାଜ୍ୟର ୨୪ ଜିଲ୍ଲାରୁ ୪୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ୪୯୫  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩୫୫ ଜଣ ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୪୦ ଜଣ ଲୋକାଲ କେସ୍ ରହିଛି । ଯାହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଯାଇଛି ।

ସେପଟେ, ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଆଜି କେବଳ ଗଂଜାମ ଜିଲ୍ଲାରୁ ସର୍ବାଧି ୨୧୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୧୩, ବରଗଡରୁ ୨, ଭଦ୍ରକରୁ ୧୨, କଟକରୁ ୧୩, ଢେଙ୍କାନାଳରୁ ୧, ଗଜପତିରୁ ୭, ଜଗତସଂହପୁରରୁ ୧୨, ଯାଜପୁରରୁ ୧, ଝାରସୁଗୁଡାରୁ ୮, କେନ୍ଦ୍ରାପଡାରୁ ୧୧, କନ୍ଧମାଳରୁ ୮, କେନ୍ଦୁଢରରୁ ୫, ଖୋଦ୍ଧାରୁ ୫୦, କୋରାପୁଟରୁ ୫, ମାଲକାନଗିରିରୁ ୫, ମୟୂରଭଂଜରୁ ୨୮, ନବରଙ୍ଗପୁରରୁ ୧୧, ନୟାଗଡରୁ ୧, ପୁରୀରୁ ୧୮, ସମ୍ବଲପୁରରୁ ୬, ସୋନପୁରରୁ ୨ ଏବଂ ସୁନ୍ଦରଗଡରୁ ୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୮ ହଜାର ୬୦୧କୁ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe