କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୪ ହଜାର ୮୪୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସ ମଧ୍ୟରେ ୬୬୩ ଜଣ ସଂକ୍ରମିତ ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୮୧୫ ଜଣ ସଂଘରୋଧରୁ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୨୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

Advertisment

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ହଜାରେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୩୫, ନୂଆପଡ଼ାରୁ ୧୯୪, ଯାଜପୁରରୁ ୧୬୬, ବାଲେଶ୍ୱରରୁ ୧୫୨, କଳାହାଣ୍ଡିରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ୫୩ ହଜାର ୯୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଗତ ୨୪ ଘଂଟାରେ ୬୨ ହଜାର ୮ଶହ ୫୮ ଜଣଙ୍କ ନମୂନା ପରୀକ୍ଷା ହୋଇଛି ।