୨୦ ଜିଲ୍ଲାରୁ ଆଜି ଆଉ ୪୬୯ ପଜିଟିଭ: ସଂଗରୋଧ କେନ୍ଦ୍ରରୁ ୩୧୭ ଏବଂ ସ୍ଥାନୀୟ ଅଂଚଳରୁ ୧୫୨ଜଣ ଆକ୍ରାନ୍ତ ଠାବ; ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ଟପିଲା

Advertisment
୨୦ ଜିଲ୍ଲାରୁ ଆଜି ଆଉ ୪୬୯ ପଜିଟିଭ: ସଂଗରୋଧ କେନ୍ଦ୍ରରୁ ୩୧୭ ଏବଂ ସ୍ଥାନୀୟ ଅଂଚଳରୁ ୧୫୨ଜଣ ଆକ୍ରାନ୍ତ ଠାବ; ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ଟପିଲା

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ପ୍ରକୋପ । ଆକ୍ରାନ୍ତ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଜି ମଧ୍ୟ ରାଜ୍ୟରେ ୪୬୯ ନୂଆ କରୋନା  ରୋଗୀ ଚିହ୍ନଟ ହୋଇଥିବା ବେଳେ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  ୯ ହଜାର ୭୦କୁ ବୃଦ୍ଧି ପାଇଛି । ଆଜି ରାଜ୍ୟର ୨୦ ଜିଲ୍ଲାରୁ ୪ ଶହ ୬୯ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୪ ଜଣ ଅଛନ୍ତି  ଏନସିଆରଏଫ ଯବାନ । ସେହିଭଳି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ଭିତରୁ  ୩୧୭ ଜଣ ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଠାବ ହୋଇଥିବା ବେଳେ ଲୋକାସ କେସ୍ ରହିଛି ୧୫୨  ତେବେ ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ବର୍ତ୍ତମାନ ଜାରି ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ହୋଇଥିବା ୪୬୯ ନୂଆ ସଂକ୍ରମିତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରେ ସର୍ବାଧିକ ୧୧୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ  ଅନୁଗୁଳରୁ ୧୧, ବାଲେଶ୍ୱରରୁ ୮, ଭଦ୍ରକରୁ ୧୬, ବଲାଙ୍ଗିରରୁ ୩, କଟକରୁ ୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରୁ ୧୨,  ଯାଜପୁରରୁ ୨୫, କଳାହାଣ୍ଡିରୁ ୨, କନ୍ଧାମାଳରୁ ୧, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୨୫, ଖୋର୍ଧାରୁ ୨୭, ମାଲକାନଗିରିରୁ ୧, ମୟୂରଭଂଜରୁ ୬, ନୟାଗଡରୁ ୨୪, ନବରଙ୍ଗପୁରରୁ ୨, ପୁରୀରୁ ୮, ସମ୍ବଲପୁରରୁ ୧୩ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe