ମାଡି ଚାଲିଛି ମହାମାରୀ । ଦିନକରେ ୪ ହଜାର ୩୫୬ ଆକ୍ରାନ୍ତ, ୧୬ ମୃତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦୨ ନୂଆ ସଂକ୍ରମିତ ଚିହ୍ନଟ

302

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଦିନକୁ ଦିନ ରାଜ୍ୟରେ ଠାବ ହେଉଛନ୍ତି ରେକର୍ଡ ସଂଖ୍ୟକ କରୋନା ରୋଗୀ ।ଗତ ୨୪ ଘଂଟାରେ ସାରା ରାଜ୍ୟରୁ ପୁଣି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ରାଜ୍ୟର ୩୦ ଜିଲ୍ଲାରୁ ୪ହଜାର ୩୫୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା  ୨୦୫୪୫୨କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ  ୨୫ ଶହ ୨୯ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୮ ଶହ ୨୭ ଜଣ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଅଂଚଳର । ସେହିଭଳି ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬ ଜଣ କରୋନା ଆକ୍ରାନ୍ତ ଜୀବନ ଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ  ଖୋର୍ଧାରୁ ସର୍ବାଧିକ  ୯୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଚନା ଦିଆଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୪୩୫୬ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୯୭, ବାଲେଶ୍ୱରରୁ ୧୯୪, ବରଗଡରୁ ୧୦୬, ଭଦ୍ରକରୁ ୧୨୪, ବଲାଙ୍ଗିରରୁ ୭୬, ବୋଦ୍ଧରୁ ୪୯, କଟକରୁ ୪୦୯, ଦେବଗଡରୁ ୧୪, ଢେଙ୍କାନାଳରୁ ୮୪, ଗଜପତିରୁ ୨୦, ଗଂଜାମରୁ ୬୨, ଜଗତସିଂହପୁରରୁ ୧୭୧, ଯାଜପୁରରୁ ୧୩୬, ଝାରସୁଗୁଡାରୁ ୧୨୦, କଳାହାଣ୍ଡିରୁ ୭୧, କନ୍ଧମାଳରୁ ୯୧, କେନ୍ଦ୍ରାପଡାରୁ ୧୧୯, କେନ୍ଦୁଝରରୁ ୫୫, କୋରାପୁଟରୁ ୮୨, ମାଲକାନଗିରିରୁ ୨୮,  ମୟୂରଭଂଜରୁ ୧୫୩, ନବରଙ୍ଗପୁରରୁ ୫୮, ନୟାଗଡରୁ ୫୧, ନୂଆପଡାରୁ ୧୭୩, ପୁରୀରୁ ୧୬୮, ରାୟଗଡାରୁ ୧୨୧, ସମ୍ବଲପୁରରୁ ୮୧,ସୋନପୁରରୁ ୧୪ ଏବଂ ସୁନ୍ଦରଗଡରୁ ୧୦୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୩୨୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।