କନକ ବ୍ୟୁରୋ: ଦିନକୁ ଦିନ ବଢ଼ିଚାଲିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଓଡ଼ିଶାରେ ୪ ହଜାର ୩୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୫୧୭ ଏବଂ ସ୍ଥାନୀୟ ଅଂଚଳରୁ ରହିଛନ୍ତି ୧ ହଜାର ୮୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୩୦ଜିଲ୍ଲାରୁ ୪୩୪୦ ଚିହ୍ନଟ । ସଙ୍ଗରୋଧରୁ ୨୫୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨୩ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୬,୮୮୮କୁ ବୃଦ୍ଧି । #KanakNews @IPR_Odisha @HFWOdisha #OdishaFightsCorona #COVID19 pic.twitter.com/qW40pzZ4ow
— Kanak News (@kanak_news) September 24, 2020
ରାଜ୍ୟରେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୫୩ ପଜିଟିଭ୍ ଅଛନ୍ତି । କଟକରୁ ୫୬୭, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୬୨, ବରଗଡ଼ରୁ ୧୦୮, ଭଦ୍ରକରୁ ୧୦୫, ବଲାଙ୍ଗୀରରୁ ୫୩, ବୌଦ୍ଧରୁ ୬୭, ଢ଼େଙ୍କାନାଳରୁ ୫୬, ଗଜପତିରୁ ୧୯, ଗଞ୍ଜାମରୁ ୯୦, ଜଗତସିଂହପୁରରୁ ୧୯୩, ଯାଜପୁରରୁ ୧୫୧, କଳାହାଣ୍ଡିରୁ ୫୮, ଝାରସୁଗୁଡ଼ାରୁ ୧୭୪, କନ୍ଧମାଳରୁ ୧୪୩, କେନ୍ଦ୍ରାପଡ଼ାରୁ ୧୦୯, କେନ୍ଦୁଝରରୁ ୯୦, କୋରାପୁଟରୁ ୭୭, ମୟୂରଭଞ୍ଜରୁ ୧୨୭, ନବରଙ୍ଗପୁରରୁ ୧୪୩, ନୟାଗଡ଼ରୁ ୮୪, ନୂଆପଡ଼ାରୁ ୭୪, ପୁରୀରୁ ୨୦୩, ରାୟଗଡ଼ାରୁ ୬୨, ସମ୍ବଲପୁରରୁ ୧୩୦, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୧୩୮ ଏବଂ ମାଲକାନଗିରିରୁ ୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
କରୋନା ନେଲା ୧୬ ଜୀବନ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । #KanakNews @HFWOdisha @IPR_Odisha #COVID19 #Odisha pic.twitter.com/H7wn2MfmhM
— Kanak News (@kanak_news) September 24, 2020
ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ରାଜ୍ୟରେ ବଢିଛି କରୋନା ମୃତ୍ୟୁ । ଗତ ୨୪ ଘଂଟାରେ ୧୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧ ଲକ୍ଷ ୫୭ ହଜାର ୨୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮ ହଜାର ୮୧୮ ସକ୍ରିୟ କେସ୍ ରହିଛନ୍ତି ।
Comments are closed.