କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଲା । ଗତ ୨୪ ଘଂଟାରେ ସାରା ରାଜ୍ୟରୁ ପୁଣି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ରାଜ୍ୟର ୩୦ ଜିଲ୍ଲାରୁ ୪ହଜାର ୨୦୮ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୧୦୯୬କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨ ହଜାର ୪୬୨ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୭ ଶହ ୪୬ ଜଣ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଅଂଚଳର । ସେହିଭଳି ଆଜି ମଧ୍ୟ ଖୋର୍ଧାରୁ ସର୍ବାଧିକ ୭୨୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଚନା ଦିଆଯାଇଛି ।
Covid-19 Report For 24th September
New Positive Cases: 4208
In quarantine: 2462
Local contacts: 1746(Details of local contacts will be shared by concerned Dist Administration)
District Wise Cases
1. Angul: 194
2. Balasore: 118
3. Bargarh: 114
4. Bhadrak: 48
5. Balangir: 76— I & PR Department, Odisha (@IPR_Odisha) September 25, 2020
ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୪୨୦୮ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୯୪, ବାଲେଶ୍ୱରରୁ ୧୧୮, ବରଗଡରୁ ୧୧୪, ଭଦ୍ରକରୁ ୪୮, ବଲାଙ୍ଗିରରୁ ୭୬, ବୋଦ୍ଧରୁ ୨୯, କଟକରୁ ୪୬୫, ଦେବଗଡରୁ ୨୦, ଢେଙ୍କାନାଳରୁ ୬୮, ଗଜପତିରୁ ୧୩, ଗଂଜାମରୁ ୬୩, ଜଗତସିଂହପୁରରୁ ୧୮୧, ଯାଜପୁରରୁ ୨୩୭, ଝାରସୁଗୁଡାରୁ ୮୧, କଳାହାଣ୍ଡିରୁ ୧୧୬, କନ୍ଧମାଳରୁ ୧୦୨, କେନ୍ଦ୍ରାପଡାରୁ ୧୧୦, କେନ୍ଦୁଝରରୁ ୮୨, କୋରାପୁଟରୁ ୭୧, ମାଲକାନଗିରିରୁ ୬୧, ମୟୂରଭଂଜରୁ ୧୫୪, ନବରଙ୍ଗପୁରରୁ ୧୩୧, ନୟାଗଡରୁ ୫୨, ନୂଆପଡାରୁ ୧୭୫, ପୁରୀରୁ ୧୯୯, ରାୟଗଡାରୁ ୬୧, ସମ୍ବଲପୁରରୁ ୧୩୧,ସୋନପୁରରୁ ୨୬ ଏବଂ ସୁନ୍ଦରଗଡରୁ ୮୦ ଜଣ ନୂା କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୨୨୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୧୦୯୬କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ବର୍ତ୍ତମାନ ୩୯୨୩୨ଟି ସଂକ୍ରିୟ ମାମଲା ରହିଛି ।