କନକ ବ୍ୟୁରୋ: ରାଜ୍ୟରେ ୪ ହଜାର ତଳେ ସଂକ୍ରମଣ । ଗତ ୨୪ ଘଂଟାରେ ୩ ହଜାର ୯୨୨ ନୂଆ ଆକ୍ରାନ୍ତ ସହିତ ରାଜ୍ୟରେ ମୋଟ୍ କରୋନା ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୯ହଜାର ୩୭୪ରେ ପହଁଚିଛି । ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ୩ ହଜାର ୯୨୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୩୦୯ ଜଣ ସଂଗରୋଧରୁ ଏବଂ ୧ ହଜାର ୬୧୩ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ତାଲିକାରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 26th September
New Positive Cases: 3922
In quarantine: 2309
Local contacts: 1613(Details of local contacts will be shared by concerned Dist Administration)
District Wise Cases
1. Angul: 200
2. Balasore: 72
3. Bargarh: 154
4. Bhadrak: 51
5. Balangir: 85— I & PR Department, Odisha (@IPR_Odisha) September 27, 2020
ସେହିପରି କଟକରୁ ୩୮୦, କେନ୍ଦୁଝରରୁ ୨୧୨, ଅନୁଗୁଳରୁ ୨୦୦ ଏବଂ ବରଗଡରୁ ୧୫୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଯାଜପୁରରୁ ୧୦୩, ପୁରୀରୁ ୧୮୪, ମୟୂରଭଂଜରୁ ୧୪୯, ଜଗତସିଂହପୁରରୁ ୧୨୩, ବାଲେଶ୍ୱରରୁ ୭୨, ଭଦ୍ରକରୁ ୫୧, ବଲାଙ୍ଗୀରିରୁ ୮୫, ବୌଦ୍ଧରୁ ୪୮, ଦେବଗଡରୁ ୮, ଢେଙ୍କାନାଳରୁ ୭୬, ଗଜପତିରୁ ୨୨, ଗଂଜାମରୁ ୩୯, ଝାରସୁଗୁଡାରୁ ୧୦୯, କଳାହାଣ୍ଡିରୁ ୭୩, କନ୍ଧମାଳରୁ ୬୨, କେନ୍ଦ୍ରପଡାରୁ ୧୦୭, କୋରାପୁଟରୁ ୬୯, ମାଲକାନଗିରିୁ ୬୯, ନବରଙ୍ଗପୁରରୁ ୪୦, ନୂଆପଡାରୁ ୧୧୪, ରାୟଗଡାରୁ ୪୮, ସମ୍ବଲପୁରରୁ ୧୧୭, କୋନପୁରରୁ ୨୫ ଏବଂ ସୁନ୍ଦରଗଡରୁ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Regret to inform of the demise of fourteen Covid positive patients while under treatment in hospitals.
1.A 60 year old male of Bolangir district.
2.A 42 year old male of Bhubaneswar.
3.A 58 year old male of Bhubaneswar.
4. A 45 year old female of Cuttack district.
— H & FW Dept Odisha (@HFWOdisha) September 27, 2020
ଅନ୍ୟପଟେ ଗତ ୨୪ ଘଂଟାରେ ରାଜ୍ୟରେ ୧୪ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, କଟକ ଜିଲ୍ଲାରୁ ୩ ଜଣ ଲେଖାଏଁ, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ୭୯୭କୁ ବୃଦ୍ଧି ହୋଇଛି ।