୩୦ ଜିଲ୍ଲାରୁ ୩୬୦୦ ପଜିଟିଭ: ସଙ୍ଗରୋଧରୁ ୨୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୪୯୧ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୭୬୬ ଆକ୍ରାନ୍ତ ଚିହ୍ନଟ

Advertisment
୩୦ ଜିଲ୍ଲାରୁ ୩୬୦୦ ପଜିଟିଭ: ସଙ୍ଗରୋଧରୁ ୨୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୪୯୧ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୭୬୬ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ: ରାଜ୍ୟରେ ଲଗାତର ଭାବେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ସାରା ରାଜ୍ୟରୁ ୩ ହଜାର ୬ ଶହ ନୂଆ କରୋନା ରøାଗୀ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୩୩୪କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୧୦୯ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୪ ଶହ ୯୧ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଚିହ୍ନଟ ହୋଇଥିବା ୩ ହଜାର ୬ ଶହ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୫୮, ଅନୁଗୁଳରୁ ଶହେ, ବାଲେଶ୍ୱରରୁ ୧୦୭, ବରଗଡରୁ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଭଦ୍ରକରୁ ୮୨, ବଲାଙ୍ଗୀରରୁ ୯୯, ବୌଦ୍ଧରୁ ୪୭, ଦେବଗଡରୁ ୧୧, ଢେଙ୍କାନାଳରୁ ୪୭, ଗଜପତିରରୁ ୧୯, ଗଂଜାମରୁ ୩୧, ଜଗତସିଂହପୁରରୁ ୭୩, ଯାଜପୁରରୁ ୧୩୯, ଝାରସୁଗୁଡାରୁ ୪୧, କଳାହାଣ୍ଡିରୁ ୫୧, କନ୍ଧାମାଳରୁ ୯୭, କେନ୍ଦ୍ରପଡାରୁ ୧୨୯, କେନ୍ଦୁଝରରୁ ୧୦୬, କୋରାପୁଟରୁ ୬୬, ମାଲକାନଗିରିରୁ ୪୬, ମୟୂରଭଂଜରୁ ୧୫୬, ନବରଙ୍ଗପୁରରୁ ୧୧୬, ନୟାଗଡରୁ ୭୪, ନୂଆପଡାରୁ ୮୪, ପୁରୀରୁ ୧୧୫, ରାୟଗଡାରୁ ୩୨, ସମ୍ବଲପୁରରୁ ୧୨୬, ସୋନପୁରରୁ ୧୨୯ ଏବଂ ସୁନ୍ଦରଗଡରୁ ୮୯ ଜମ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe