ରାଜ୍ୟରେ କମୁଛି ‘କରୋନା’ ଗତି ! ୩୦ଜିଲ୍ଲାରୁ ୩୨୩୫ ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯କୁ ବୃଦ୍ଧି

485

କନକ ବ୍ୟୁରୋ: ରାଜ୍ୟରେ କମୁଛି କି କରୋନାର ଗତି । ଗତ ଦୁଇ ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣର ଗତି ହ୍ରାସ ପାଇଛି । ଗତ ୨୪ ଘଂଟାରେ ୩ ହଜାର ୨୩୫ ନୂଆ ଆକ୍ରାନ୍ତ ସହିତ ରାଜ୍ୟରେ ମୋଟ୍ କରୋନା ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୧୨ହଜାର ୬୦୯ରେ ପହଁଚିଛି । ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ୩ ହଜାର ୨୩୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଶହ ୧୫ଜଣ ସଂଗରୋଧରୁ ଏବଂ ୧ ହଜାର ୩୨୦ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ଆଜି ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ତାଲିକାରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୩୧୮, କେନ୍ଦୁଝରରୁ ୮୬, ଅନୁଗୁଳରୁ ୧୭୯ ଏବଂ ବରଗଡରୁ ୧୩୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଯାଜପୁରରୁ ୧୧୦, ପୁରୀରୁ ୭୯, ମୟୂରଭଂଜରୁ ୧୧୮, ଜଗତସିଂହପୁରରୁ ୮୬, ବାଲେଶ୍ୱରରୁ ୧୦୦, ଭଦ୍ରକରୁ ୬୭, ବଲାଙ୍ଗୀରିରୁ ୧୦୧, ବୌଦ୍ଧରୁ୪୨, ଦେବଗଡରୁ ୧୨, ଢେଙ୍କାନାଳରୁ ୬୯, ଗଜପତିରୁ ୩୧, ଗଂଜାମରୁ ୨୮, ଝାରସୁଗୁଡାରୁ ୮୬, କଳାହାଣ୍ଡିରୁ ୪୨, କନ୍ଧମାଳରୁ ୬୨, କେନ୍ଦ୍ରପଡାରୁ ୧୦୩, କୋରାପୁଟରୁ ୫୯, ମାଲକାନଗିରିୁ ୨୧, ନବରଙ୍ଗପୁରରୁ ୪୩, ନୟାଗଡରୁ ୪୩, ନୂଆପଡାରୁ ୧୦୬, ରାୟଗଡାରୁ ୧୦୧, ସମ୍ବଲପୁରରୁ ୧୨୦, ସୋନପୁରରୁ ୬୫ ଏବଂ ସୁନ୍ଦରଗଡରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।