ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାର ଟପିଲା : ୨୪ ଘଣ୍ଟାରେ ୩୧୦୮ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୫୩୪

222

କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପର ମୁହାଁ । ୨୪ଘଂଟା ଭିତରେ ୩ହଜାର ଶହେ ୮ ନୂୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୫ଶହ୩୪ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୫ଶହ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୧୧ଟି ଜିଲ୍ଲାରେ ଶହେ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ଜିଲ୍ଲାଓ୍ଵାରି ହିସାବରେ ଅନୁଗୁଳରେ ୪୪, ବାଲେଶ୍ୱରରେ ୧୫୧, ବରଗଡ଼ରେ ୧୩୨, ଭଦ୍ରକରେ ୫୩, ବଲାଙ୍ଗୀର ୧୩୩, ବୌଦ୍ଧରେ ୯, କଟକରେ ୧୬୩, ଦେବଗଡ଼ରେ ୧୯, ଢେଙ୍କାନାଳରେ ୧୬, ଗଜପତିରେ ୧୮, ଗଞ୍ଜାମରେ ୫୫, ଜଗତସିଂହପୁରରେ ୨୯, ଯାଜପୁରରେ ୭୫, ଝାରସୁଗୁଡ଼ାରେ ୮୯, କଳାହାଣ୍ଡିରେ ୫୫, କନ୍ଧମାଳରେ ୧୦, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୧୦୫, କୋରାପୁଟରେ ୨୩, ମାଲକାନଗିରିରେ ୩, ମୟୂରଭଞ୍ଜରେ ୭୧ ଚିହ୍ନଟ ହୋଇଛନ୍ତି ।

ସେହିଭଳି ନବରଙ୍ଗପୁରରେ ୧୫୬, ନୟାଗଡ଼ରେ ୧୫, ନୂଆପଡ଼ାରେ ୧୪୦, ପୁରୀରେ ୧୧୪, ରାୟଗଡ଼ା ୩୮, ସମ୍ବଲପୁର ୧୫୩, ସୋନପୁର ୪୨, ଓ ଷ୍ଟେଟ୍ ପୁଲରୁ ୧୧୮ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୬୧,୪୫୦ ଥିବା ବେଳେ ସୁସ୍ଥ ହେଲେଣି ୩,୪୨,୫୭୦। ରାଜ୍ୟରେ ଏବେ ବି ୧୬୮୮୯ଟି ସକ୍ରିୟ ମାମଲା ରହିଛି।