ରେକର୍ଡ ଭାଙ୍ଗୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟର ୩୦ ଜିଲ୍ଲାରୁ ପୁଣି ସର୍ବାଧିକ ୨୯୯୩ ଜଣ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରୁ ୬୦୬, ଗଂଜାମରୁ ୨୭୧ ଏବଂ କଟକରୁ ୧୫୮ ଜଣ ନୂଆ ରୋଗୀ ଠାବ

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦କୁ ବୃଦ୍ଧି

290

କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି କରୋନା ମହାମାରୀ । ଦିନକୁ ଦିନ ରାଜ୍ୟରେ ଚିହ୍ନଟ ହେଉଛନ୍ତି ରେକର୍ଡ ସଂଖ୍ୟକ ସଂକ୍ରମିତ । କାଲିର ରେକର୍ଡ ଆଜି ଭାଙ୍ଗିଲା ଭଳି ରାଜ୍ୟରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଶୀର୍ଷ ଛୁଉଁଛି । ଗତ ସପ୍ତାହେ ହେଲା ରାଜ୍ୟରେ ଦୈନିକ ୨ ହଜାରରୁ ଅଧିକ କରୋନା ସଂକ୍ରମିତ ଠାବ ହେଉଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୦ ହଜାର ନିକଟତର ହେଲାଣି । ତେବେ ଆଜି ମଧ୍ୟ ସାରା ଓଡିଶାରୁ ୨୯୯୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।

ଆଜି ରାଜ୍ୟରେ ସର୍ବାଧିକ ୨୯ ଶହ ୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୮ ଶହ ୭୯ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୧୧୧୪ ଜଣ ହେଉଛନ୍ତି ଲୋକାଲ୍ କେସ୍ । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୭୮ ହଜାର ୫୩୦କୁ ବୃଦ୍ଧି ପାଇଛି । ସେହିପରି ଦିନିକିଆ ସଂକ୍ରମଣ ମାମଲାରେ ଗଂଜାମକୁ ଟପିଚାଲିଛି ଖୋର୍ଧା । ଆଜି ବି ଖୋର୍ଧାରେ ସର୍ବାଧିକ ୬୦୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୨୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଅନୁଗୁଳରୁ ୨୧, ବାଲେଶ୍ୱରରୁ ୧୧୫, ବରଗଡରୁ ୯୮, ଭଦ୍ରକରୁ ୯୨, ବଲାଙ୍ଗିରରୁ ୬୨, ବୌଦ୍ଧରୁ ୯, କଟକରୁ ୧୫୮, ଦେବଗଡରୁ ୯, ଢେଙ୍କାନାଳରୁ ୬୦, ଜଗପତିରୁ ୪୩, ଜଗତସିଂହପୁରରୁ ୪୬, ଯାଜପୁରରୁ ୧୨୧, ଝାରସୁଗୁଡାରୁ ୪୩, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୫୮, କେନ୍ଦ୍ରାପଡାରୁ ୪୩, କେନ୍ଦୁଝରରୁ ୬୩, କୋରାପୁଟରୁ ୯୫, ମାଲକାନଗିରିରୁ ୮୫, ମୟୂରଭଂଜରରୁ ୧୨୦, ନବରଙ୍ଗପୁରରୁ ୬୮, ନୟାଗଡରୁ ୧୫୩, ନୂଆପଡାରୁ ୧୧, ପୁରୀରୁ ୧୫୬, ରାୟଗଡାରୁ ୧୩୭, ସମ୍ବଲପୁରରୁ ୧୦୪, ସୋନପୁରରୁ ୪୦ ଏବଂ ସୁନ୍ଦରଗଡରରୁ ୭୦ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।