କଡ଼ ଲେଉଟାଉଛି କରୋନା । ରାଜ୍ୟରୁ ଆଜି ଆଉ ୨୯୦ ପଜିଟିଭ ଚିହ୍ନଟ, ସଙ୍ଗରୋଧରୁ ୧୭୧, ସ୍ଥାନୀୟ ଅଞ୍ଚଳରୁ ୧୧୯ ଜଣ ପଜିଟିଭ୍ ।

190

କନକ ବ୍ୟୁରୋ: ବଢ଼ିଲା ଚିନ୍ତା, ଦିନକୁ ଦିନ ରାଜ୍ୟରେ ବଢୁଛି ସଂକ୍ରମଣ । ପୁଣି ଆଜି ରାଜ୍ୟରୁ ଆଉ ୨୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଂଗରୋଧରୁ ୧୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ବା ଲୋକାଲରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୂଆପଡାରୁ ୪୦, ଝାରସୁଗୁଡାରୁ ୨୧, ସମ୍ବଲପୁରରୁ ୧୧, ବରଗଡରୁ ୧୫ଜଣ, ମୟୁରଭଞ୍ଜ ଓ ଅନୁଗୁଳରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ୨୪ ଘଣ୍ଟାରେ କରୋନାରୁ ମାତ୍ର ୮୯ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।