ରାଜ୍ୟରେ ୨୮୮ ଜଣ କରୋନା ପଜିଟିଭ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୦

108

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୫୩ ଜଣ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୦ ଜଣ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ପଜିଟିଭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରାଣ୍ଟିନରୁ ୧୬୬ ଜଣ ଓ ଲୋକାଲ କଣ୍ଟାକଟରୁ ୧୨୨ ଜଣ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ କଟକରୁ ୨୧ ଜଣ, ଯାଜପୁରରୁ ୧୦ ଜଣ, କେନ୍ଦ୍ରାପଡାରୁ ୮ ଜଣ, ମୟୁରଭଞ୍ଜରୁ ୧୨, ପୁରୀରୁ ୧୫, ସମ୍ବଲପୁରରୁ ୧୭, ସୁନ୍ଦରଗଡରୁ ୧୧, ଷ୍ଟେଟ ପୁଲରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୬୭୪ରେ ପହଞ୍ଚିଥିବାବେଳେ୧୦ ଲକ୍ଷ ୩୭ ହଜାର ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ୨୨୨୧ଟି ସକ୍ରିୟ ମାମଲା ରହିଥିବାବେଳେ ଦିନକୁ ଦିନ କରୋନା ଗ୍ରାଫ ବଢ଼ୁଥିବାର ଦେଖିବାକୁ ମିଳୁଛି ।