ରାଜ୍ୟରେ ବଢୁଛି 'କରୋନା' କାୟା: ୧୭ ଜିଲ୍ଲାରୁ ଆଜି ଆଉ ୨୮୨ ପଜିଟିଭ ଚିହ୍ନଟ; ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୨୫୬, ବାକି ୨୬ ସ୍ଥାନୀୟ ଅଂଚଳର

Advertisment
ରାଜ୍ୟରେ ବଢୁଛି 'କରୋନା' କାୟା: ୧୭ ଜିଲ୍ଲାରୁ ଆଜି ଆଉ ୨୮୨ ପଜିଟିଭ ଚିହ୍ନଟ; ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୨୫୬, ବାକି ୨୬ ସ୍ଥାନୀୟ ଅଂଚଳର

କନକ ବ୍ୟୁରୋ: ଆଜି ଆଉ ୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ । ୧୭ ଜିଲ୍ଲାରୁ ଆଜି ଆଉ ୨୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ୨୮୨ ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୫୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୨୬ ଜଣ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଲୋକ । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୭୫୨କୁ ବୃଦ୍ଧି ପାଇଛି ।

ସେପଟେ ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୭୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରୁ ୨୬, ଝାରସୁଗୁଡାରୁ ୨୩, ବାଲେଶ୍ୱରରୁ ୩, କଟକରୁ ୪, ଯାଜପୁରରୁ ୬, ପୁରୀରୁ ୯, ଅନଗୁଳରୁ ୧, ଜଗତସିଂହପୁରୁ ୧୧, କନ୍ଧାମାଳରୁ ୧୭ସ, ଗଜପତିରୁ ୭୬ , ସୁନ୍ଦରଗଡରୁ ୧, ସମ୍ବଲପୁରରୁ ୧୩, ବଲାଙ୍ଗୀରରୁ ୧, ମୟୂରଭଂଜରୁ ୬, କୋରାପୁଟରୁ ୧ ଏବଂ ନୟାଗଡରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସରକାର । ଏମାନଙ୍କ ମଧ୍ୟରୁ ୮ ଜଣ କରୋନା ଯୋଦ୍ଧା ରହିଥିବା ବେଳେ ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe