୨୩ ଜିଲ୍ଲାରୁ ଆଜି ଆଉ ୨୬୪ ପଜିଟିଭ: ଗଂଜାମରୁ ସର୍ବାଧିକ ୭୬ ଆକ୍ରାନ୍ତ ଚିହ୍ନଟ; ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୩୪ ବାକି ୩୦ ସ୍ଥାନୀୟ ଅଂଚଳର

Advertisment
୨୩ ଜିଲ୍ଲାରୁ ଆଜି ଆଉ ୨୬୪ ପଜିଟିଭ: ଗଂଜାମରୁ ସର୍ବାଧିକ ୭୬ ଆକ୍ରାନ୍ତ ଚିହ୍ନଟ; ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୩୪ ବାକି ୩୦ ସ୍ଥାନୀୟ ଅଂଚଳର

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୨୩ ଜିଲ୍ଲାରୁ ପୁଣି ୨୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୬୧୪ରେ ପହଂଚିଛି । ଆଜି ଚିହ୍ନଟ ହୋଇଥିବା ନୂଆ ୨୬୪ ଆକ୍ରାନ୍ତଙ୍କ ମଧ୍ୟରେ ୨୩୪ ଜଣ ସଂଗରୋଧ କେନ୍ଦ୍ରକୁ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ହେଉଛନ୍ତି ସ୍ଥାନୀ ଅଂଚଳର । ଏମାନଙ୍କ କଂ କଂଟାକ୍ଟ ଟ୍ରେନିଂ ଜାରି ରହିଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ନୂଆ ଆକ୍ରାନ୍ତଙ୍କ ଭିତରୁ ଗଂଜାମରୁ ସର୍ବାଧିକ ୭୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଖୋର୍ଧାରୁ ୧୫, ଝାରସୁଗୁଡାରୁ ୧୮, କୋରାପୁଟରୁ ୧, କେନ୍ଦୁଝରରୁ ୨୫, ମାଲକାନଗିରିରୁ ୨, ଭଦ୍ରକରୁ ୧, କନ୍ଧମାଳରୁ ୧, ଯାଜପୁରରୁ ୪୧, ବରଗଡରୁ ୧୮, ନୂଆପଡାରୁ ୧, ବାଲେଶ୍ୱରରୁ ୧୨, କଟକରୁ ୧୨, ଅନୁଗୁଳରୁ ୪, ଜଗତସିଂହପୁରରୁ ୪, ନୟାଗଡରୁ ୨, ଗଜପତିରୁ ୧, ପୁରୀରୁ ୭, ସୁନ୍ଦରଗଡରୁ ୪, ସମ୍ବଲପୁରୁ ୧, ବଲାଙ୍ଗୀରରୁ ୨, ଏବଂ ମୟୁରଭଂଜରୁ ୧୫ ଜଣ ନୂଆ ଆକ୍ରାନ୍ତଙ୍କଠାରେ କୋଭିଡ-୧୯ ଭୁତାଣୁ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ୍ ୪୬୦୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୦ ରହିଛି। ଅପରପକ୍ଷରେ ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe