କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା କାୟ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ଆଉ ୧୯ ଜିଲ୍ଲାରୁ ୨୫୧ ଜଣ ନୂଆ କରୋନା ।କ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ େ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂା ସଂକ୍ରମିତଙ୍କ ମଧ୍ୟରେ ୨୦୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୪୩ ଜଣ ।କ୍ରାନ୍ତ ସ୍ଥାନୟୀ ଅଂଚଳର ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ହଜାର ୩୧୬କୁ ବୃଦ୍ଧି ପାଇଛି ।
COVID-19 REPORT FOR 30th JUNE
New positive Cases: 251
In quarantine: 208
Local contacts: 43(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 2
3. Bargarh: 12
4. Bolangir: 4
5. Cuttack: 32
6. Deogarh: 4— I & PR Department, Odisha (@IPR_Odisha) July 1, 2020
ସେହିପରି ଆଜି ଚିହ୍ନଟ ହୋଇଥିବା ୨୫୧ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୨, ଅନୁଗୁଳ, ଯାଜପୁର, ଏବଂ ସୋନପୁରରୁ ଜଣେ ଲେଖାଏ କରୋନା ।କ୍ରାନ୍ଚ ଚିହନ୍ଟ ହୋଇଛନ୍ତି । ସେହିପରି ବାଲେଶ୍ୱର,ସମ୍ବଲପୁରରୁ ୨ ଜଣ ଲେଖାଁଏ ଓ ବଲାଙ୍ଗୀର, ଦେବଗଡ, କେନ୍ଦ୍ରାପଡାରୁ ୪ ଜଣ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଖୋର୍ଦ୍ଧାରୁ ୨୬ ଜଣ, ପୁରୀରୁ ୧୨ ଜଣ, ନୟାଗଡରୁ ୧୪ ଜଣ, ବରଗଡରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ରହିଛନ୍ତି । ସେ ବାତ୍ୟା ଅମ୍ପାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ।