ରାଜ୍ୟରେ ଗୋଟିଏ ଦିନରେ ୧୯୫ ପଜିଟିଭ, ୨ମୃତ

100

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟାରେ ୧୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ଆକ୍ରାନ୍ତ ଅଛନ୍ତି ୨୪ ଜଣ । ସଂଗରୋଧରୁ ୧୧୫ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୮୦ ଜଣ । ଖୋର୍ଦ୍ଧାରୁ ୯୯ ଜଣ, ମୟୂରଭଂଜରୁ ୧୩, କଟକରୁ ୧୧ ଜଣ, ସୁନ୍ଦରଗଡ଼ରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୨୬୪ ଜଣ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୯୫୫ଜଣ । ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୪୦ ହଜାର ୪୦୩ ଜଣ । ଏବେବି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨ ହଜାର ୭୧ ଜଣ । ଗୋଟିଏ ଦିନରେ ୨ଜଣଙ୍କ କୋରାନାରେ ମୃତ୍ୟୁ ହୋଇଛି ।