ଆଜି ଆଉ ୧୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୨୦ ଜିଲ୍ଲାରୁ ୧୮୬ ନୂଆ ପଜିଟିଭ ଠାବ; ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୧୭୧ ଓ ସ୍ଥାନୀୟ ଅଂଚଳରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ

Advertisment
ଆଜି ଆଉ ୧୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୨୦ ଜିଲ୍ଲାରୁ ୧୮୬ ନୂଆ ପଜିଟିଭ ଠାବ; ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୧୭୧ ଓ ସ୍ଥାନୀୟ ଅଂଚଳରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ: ରାଜ୍ୟରେ ଗୋଟିଏ ଦିନରେ ୧୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ରିପୋର୍ଟରେ ୨୦ଟି ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି  ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ  ।

ତେବେ ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ଜଣ ସଂଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଂଚଳର ୧୫ ଜଣ ଅଛନ୍ତି । କନ୍ଧମାଳରୁ ସର୍ବାଧିକ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଖୋର୍ଧାରୁ ୨୧, ଝାରସୁଗୁଡାରୁ ୨, କେନ୍ଦୁଝରରୁ ୧୧, ଯାଜପୁରରୁ ୧୨, ମାଲକାନାଗିରିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୨, ଜଗତସିଂହପୁରରୁ ୧୧, ଅନୁଗୁଳରୁ ୧, ଢେଙ୍କାନାଳରୁ ୨, ଭଦ୍ରକରୁ ୧, ଗଜପତିରୁ ୧୫, ବରଗଡରୁ ୧୬, କଳାହାଣ୍ଡିରୁ ୧୬, ଗଂଜାମରୁ ୪, ପୁରୀରୁ ୭, ସୁନ୍ଦରଗଡରୁ ୩, ବଲାଙ୍ଗିରରୁ ୨, ମୟୂରଭଂଜରୁ ୧୩ ଏବଂ କେନ୍ଦ୍ରାପଡାରୁ ଜଣେ ପଜିଟିଭି ଚିହ୍ନଟ ହୋଇଛନ୍ତି ।

ତେବେ ଏନଡିଆରଏଫ ଏବଂ ଓଡିଆରଏଏଫ ତଥା ଅଗ୍ନିଶ୍ମ ବିଭାଗର ୧୩  କରୋନା ଯୋଦ୍ଧାଙ୍କଠାରେ କୋଭିଡ-୧୯ ଭୁତାଣୁ ଠାବ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୯୦୯ରେ ପହଚିଂଛି । ସେଥିମଧ୍ୟରୁ ୨ହଜାର ୫୯୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୧୩୦୧ ଜଣ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe