କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ । ୧୫ ଜିଲ୍ଲାରୁ ୧୭୫ ଜଣ କରୋନା ରୋଗୀ ଚିହ୍ନଟ ହେବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ଭିତରେ ଗଜପତି ଜିଲ୍ଲାରୁ ସର୍ବାଧିକ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୁରଭଂଜରୁ ୫, ଖୋର୍ଧାରୁ ୨୫, ସୁନ୍ଦରଗଡରୁ୫, କଟକରୁ ୩, ଜଗତସିଂହପୁରରୁ ୭, ଝାରସୁଗୁଡାରୁ ଜଣେ, ବାଲେଶ୍ୱରରୁ ୬, କେନ୍ଦ୍ରାପଡାରୁ ୧, ନୂଆପଡାରୁ ୭, ବରଗଡରୁ ୧୧, ପୁରୀରୁ ୧୮, ବଲାଙ୍ଗିରରୁ ୩ ଏବଂ ଗଂଜାମ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

ସେହିପରି ଅମ୍ଫାନ ପାଇଁ ପଶ୍ଚିମବଙ୍ଗ ଯାଇଥିବା ୨୧ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୪୩୩୮ରେ ପହଂଚିଥିବାବେଳେ ୨୯୭୪ ଜଣ ସୁସ୍ଥ ହୋଇଛନ୍ତି |