ଆଜି ଆଉ ୧୬୭ ପଜିଟିଭ: ୧୮ ଜିଲ୍ଲାରୁ ୧୬୭ କରୋନା ସଂକ୍ରମିତ ଚିହ୍ନଟ; ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୫୦ ଓ ୧୭ ଜଣ ସ୍ଥାନୀୟ ଅଂଚଳର

Advertisment
ଆଜି ଆଉ ୨ ମୁଣ୍ଡ ନେଲା କରୋନା: ମୃତକ ୨ ଜଣ କଟକ ଜିଲ୍ଲାର ହୋଇଥିବା ନେଇ ସୂଚନା; ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

କନକ ବ୍ୟୁରୋ: ରଥଯାତ୍ରାରେ ବି କମିନି କରୋନା ମହାମାରୀର ଆତଙ୍କ । ଆଜି ରାଜ୍ୟ ପୁଣି ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୬୭ ନୂଆ କରୋନା ଆକ୍ରାନ୍ତ । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪୭୦କୁ ବୃଦ୍ଧି ପାଇଛି । ଏପଟେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୫୦ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ଆକ୍ରାନ୍ତ ରହିଛନ୍ତି ସ୍ଥାନୀୟ ଲୋକ ।

ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଜପତି ଜିଲ୍ଲାରୁ ୩୦ ଜଣ କରୋନା ରୋଗୀ ଠାବ ହୋଇଥିବା ବେଳେ ରାୟଗଡାରୁ ୫, ଯାଜପୁରରୁ ୫, ଖୋର୍ଧାରୁ ୮, ନୟାଗଡରୁ ୨, ବାଲେଶ୍ୱରରୁ ୧୩, ଜଗତସିଂହପୁରରୁ ୧୯, କଟକରୁ ୩, ଢେଙ୍କାନାଳରୁ ୯, ବରଗଡରୁ ୧, ଗଂଜାମରୁ ୩୦, ପୁରୀରୁ ୧, ସୁନ୍ଦରଗଡରୁ ୪, ବଲାଙ୍ଗୀରରୁ ୧, ମୟୁରଭଂଜରୁ ୧୪, କୋରାପୁଟରୁ ୧ , ଝାରସୁଗୁଡାରୁ ୩ ଏବଂ କେନ୍ଦ୍ରପଡାରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe