କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ମହାମାରୀ । ଆଜି  ପୁଣି ରାଜ୍ୟର ୨୯ଟି ଜିଲ୍ଲାରୁ ୧୬୦୨  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୯୯୩ ଜଣ କ୍ୱାରେଂଟନ ସେଂଟରୁ ଚିହ୍ନଟ ହୋଇଥିବା ବେଳେ ବାକି ୬୦୯ ଜଣ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଅଂଚଳର । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା  ୩୩ ହଜାର ୪୭୯କୁ ବୃଦ୍ଧି ପାଇଛି ।

Advertisment

ଆଜି ଚିହ୍ନଟ ହୋଇଥିବା ନୂଆ ୧୬୦୨ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ  ୩୦୮ ଆକ୍ରାନ୍ତ କେବଳ ଗଂଜାମରୁ ଚିହ୍ନଟ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରୁ ୨୮୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି  ଅନୁଗୁଳରୁ ୧୫, ବାଲେଶ୍ୱରରୁ ୨୯, ବରଗଡରୁ ୧୩, ଭଦ୍ରକରୁ ୨୦, ବଲାଙ୍ଗୀରରୁ ୩୮, ବୌଦ୍ଧରୁ ୯, କଟକରୁ ୫୪ ଏବଂ ଗଜପତିରୁ ୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ଜଗତସିଂହପୁରରୁ ୧୯, ଯାଜପୁରରୁ ୪୪, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୪୫, କେନ୍ଦ୍ରପଡାରୁ ୧୫, କେନ୍ଦୁଝରରୁ ୩୧, କୋରାପୁଟରୁ ୪୬, ମାଲକାନଗିରିରୁ ୩୦, ମୟୂରଭଂଜରୁ ୩୯, ନବରଙ୍ଗପୁରରୁ ୯, ନୟାଗଡରୁ ୩୩, ନୂଆପଡାରୁ ୫, ପୁରୀରୁ ୫୦, ରାୟଗଡାରୁ ୧୬୪, ସମ୍ବଲପୁରରୁ ୩୯, ସୋନପୁରରୁ ୬ ଏବଂ ସୁନ୍ଦରଗଡରୁ ୬୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୪୭୯ରେ ପହଂଚିଥିବା ବେଳେ ସଂକ୍ରିୟ ସଂଖ୍ୟା ୧୨ ହଜାର ୭୩୭କୁ ବୃଦ୍ଧି ପାଇଛି । ସେହିଭଳି କରୋନା ମହାମାରୀକୁ ମାତ୍ ଦେଇ ରାଜ୍ୟରେ ଏଯାବତ୍ ୨୦୫୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସ୍ପଷ୍ଟ କରିଛନ୍ତି ସରକାର ।