କନକ ବ୍ୟୁରୋ : ରାଜ୍ୟରେ ୨୪ଘଣ୍ଟାରେ ୧୫୩୯ ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୮୯୭ , ସ୍ଥାନୀୟ ଅଞ୍ଚଳରୁ ୬୪୨ ଜଣ ଚିହ୍ନଟ । ୧୮ବର୍ଷ ବୟସରୁ କମ୍ ୩୪୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ୨୨୩, ସୁନ୍ଦରଗଡ ୧୨୪, ଅନୁଗୁଳ ୧୧୯, କଟକ ୮୫, ରାୟଗଡା ୭୫, କୋରାପୁଟ ୭୨, ସମ୍ବଲପୁର ୬୫ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ଆଉ ୨୪କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

Advertisment

ଡେଥ୍ ଅଡିଟ୍ ରିପୋର୍ଟ ପରେ ୨୪ମୃତ୍ୟୁ ନେଇ ସୂଚନା । ଭୁବନେଶ୍ୱରରୁ ସର୍ବାଧିକ ୭ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱରରୁ ୬, ଯାଜପୁରରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ । ଭଦ୍ରକ ଓ ମୟୂରଭଞ୍ଜରୁ ୨ଜଣ ଲେଖାଏଁ ମୃତ୍ୟୁ ହୋଇଛି । ଅନୁଗୁଳ, ବରଗଡ, ନବରଙ୍ଗପୁର, ପୁରୀରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୧୧୪ ଜଣ । ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୫୩ ହଜାର ୯୧୪ଜଣ । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୩ ହଜାର ୨୮୮ଜଣ । ସୁସ୍ଥ ହୋଇଛନ୍ତ ୨ ହଜାର ୪୮୩ ଜଣ ।