ରାଜ୍ୟରେ ଆଉ ୧୫୨୮ କରୋନା ଆକ୍ରାନ୍ତ ଚିହ୍ନଟ: ସଂଗରୋଧ କେନ୍ଦ୍ରରୁ ୯୪୮, ସ୍ଥାନୀୟ ଅଞ୍ଚଳରୁ ୫୮୦ ଚିହ୍ନଟ; ଗଞ୍ଜାମରୁ ସର୍ବାଧିକ ୨୩୩, ଖୋର୍ଦ୍ଧାରୁ ୨୧୮ ପଜିଟିଭ

Advertisment
ରାଜ୍ୟରେ ଆଉ ୧୫୨୮ କରୋନା ଆକ୍ରାନ୍ତ ଚିହ୍ନଟ: ସଂଗରୋଧ କେନ୍ଦ୍ରରୁ ୯୪୮, ସ୍ଥାନୀୟ ଅଞ୍ଚଳରୁ ୫୮୦ ଚିହ୍ନଟ; ଗଞ୍ଜାମରୁ ସର୍ବାଧିକ ୨୩୩, ଖୋର୍ଦ୍ଧାରୁ ୨୧୮ ପଜିଟିଭ

କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୧୫୨୮ ନୂଆ ଆକ୍ରାନ୍ତ ଚିହ୍ନଟ । ୨୯ ଜିଲ୍ଲାୁ ଆଜି ପୁଣି ୧୫ ଶହ  ୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭ ହଜାର ୪୫୫କୁ ବୃଦ୍ଧି ପାଇଛି । ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୪୮ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୫୮୦ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।

ନୂଆ ୧୫ଶହ ୨୮ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୨୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରୁ ୨୧୮ , ଢେଙ୍କାନାଳରୁ ୧୦୭, ସମ୍ବଲପୁରରୁ ୧୬୮, ସୁନ୍ଦରଗଡରୁ ୧୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୮, ବାଲେଶ୍ୱରରୁ ୪୩, ବରଗଡରୁ ୧୦, ଭଦ୍ରକରୁ ୭୦, ବଲାଙ୍ଗିରରୁ ୫୯ , ବୌଦ୍ଧରୁ ୭, କଟକରୁ ୭୨, ଗଜପତିରୁ ୩୧, ଜଗତସିଂହପୁର ୨୨, ଯାଜପୁରରୁ ୩୩, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୩୧, କନଧ୍ମାଳରୁ ୧୭, କେନ୍ଦ୍ରାପଡାରୁ ୧୭, କେନ୍ଦୁଝରରୁ ୫, କୋରାପୁଟରୁ ୬୭ ମାଲକାନଗିରିରୁ ୨୨, ମୟୂରଭଂଜରୁ ୨୨, ନବରଙ୍ଗପୁରରୁ ୨୩, ନୟାଗଡରୁ ୩୨, ନୂଆପଡାରୁ ୨, ପୁରୀରୁ ୨୬, ରାୟଗଡାରୁ ୨୭ ଏବଂ ସୋନପୁରରୁ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe