୨୮ ଜିଲ୍ଲାରୁ ଆଜି ୧୫୦୩ ନୂଆ ପଜିଟିଭ: ସଙ୍ଗରୋଧ କେନ୍ଦ୍ରରୁ ୧୦୦୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୦୧ ଜଣ କରୋନା ରୋଗୀ ଚିହ୍ନଟ; ଗଂଜାମରୁ ସର୍ବାଧିକ ୪୯୧, ଖୋର୍ଦ୍ଧାରୁ ୨୨୩ ଆକ୍ରାନ୍ତ ଠାବ

717

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଂଟାରେ ୧ହଜାର ୫୦୩ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ହଜାର ୮୯୨କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ୧୫୦୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୦୨ ଜଣ ଠାବ ହୋଇଥିବା ବେଳେ ୫୦୧ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ୨୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୫ ଶହ ୩ ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମରୁ ସର୍ବାଧିକ ୪୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଓ ଖୋର୍ଦ୍ଧାରେ ଶହେ ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୨୩ଜଣ ଓ କଟକରୁ ୧୩୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୪, କେନ୍ଦୁଝରରୁ ୪୩, ଗଜପତିରୁ ୭୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୯,ମୟୁରଭଂଜରୁ ୨୮, ନବରଙ୍ଗପୁରରୁ ୨, ନୟାଗଡରୁ ୮, ରାୟଗଡାରୁ ୬୮ ଓ ସମ୍ବଲପୁରରୁ ୧୭ଜଣ ଚିହ୍ନଟ ହୋଇଛନ୍ତି  ।

ସେହିପରି ସୋନପୁରରୁ ୪, ସୁନ୍ଦରଗଡରୁ ୫୭, ବଲାଙ୍ଗିରରୁ ୨୧, ଢେଙ୍କାନାଳରୁ ୩୨ ଓ ମାଲକାନଗିରିରୁ ୩୪, କନ୍ଧମାଳରୁ ୭୩,  ଜଗତସିଂହପୁରରୁ ୬ , କଳାହାଣ୍ଡିରୁ ୧୦, କେନ୍ଦ୍ରାପଡାରୁ ୯, କୋରାପୁଟରୁ ୩୪ ଜଣ ପଜିଟିଭ ବାହାରିଛନ୍ତି । ସେହିପରି  ଭଦ୍ରକରୁ ୨୫, ବୌଦ୍ଧ ଓ ଅନୁଗୁଳରୁ  ଜଣେ ଲେଖାଏଁ, ବରଗଡରୁ ୨୩ ଏବଂ ଝାରସୁଗୁଡାରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।