କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୧୪୩୪ ନୂଆ ଆକ୍ରାନ୍ତ ଚିହ୍ନଟ । ୨୯ ଜିଲ୍ଲାରୁ ଆଜି ପୁଣି ୧୪୪୩ ନୂଆ ରୋଗୀ ଚିହ୍ନ ଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ୯୧୩କୁ ବୃଦ୍ଧି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧ ହଜାର ୨୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ୧୩ ହଜାର ୪୦୪ ଜଣ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ରାଜ୍ୟର ବିଭିନ୍ନ କୋଭିଡ୍ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Advertisment

ଏପଟେ ଆଜି ଚିହ୍ନଟ ହୋଇଥିବା ନୂଆ ୧୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଂଜାମ ଜିଲ୍ଲାରୁ ୩୨୦ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରୁ ୨୧୮, କଟକରୁ ୧୨୩ ଏବଂ ରାୟଗଡାରୁ ୧୯୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୯, ବାଲେଶ୍ୱରରୁ ୧୨, ଭଦ୍ରକରୁ ୨୫, ବୋଦ୍ଧରୁ ୫, ଦେବଗଡରୁ ୨, ଢେଙ୍କାନାଳରୁ ୧୩, ଗଜପତିରୁ ୯୧, ଜଗତସିଂହପୁରରୁ ୧୩, ଯାଜପୁରରୁ ୫୭, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୧୮, କନ୍ଧମାଳରୁ ୪୪, କେନ୍ଦୁଝରରୁ ୨, କୋରାପୁଟରୁ ୧୨, ମାଲକାନଗିରିରୁ ୨୪, ମୟୂରଭଂଜରୁ ୧, ନବରଙ୍ଗପୁରରୁ ୨, ନୟାଗଡରୁ ୮, ନୂଆପଡାରୁ ୭, ପୁରୀରୁ ୬୫, ସମ୍ବଲପୁରରୁ ୫୧, ସୋନପୁରରୁ ୬ ଏବଂ ସୁନ୍ଦରଗଡରୁ ୭୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।