ରାଜ୍ୟରେ ଆଜି ଆଉ ୧୪୩ ନୂଆ ପଜିଟିଭ । ୧୭ ଜିଲ୍ଲାରୁ ୧୪୩ ନୂଆ ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୧୩୭ ଓ ସ୍ଥାନୀୟ ଅଂଚଳରୁ ୬ ସଂକ୍ରମିତ ଠାବ

Advertisment
ରାଜ୍ୟରେ ଆଜି ଆଉ ୧୪୩ ନୂଆ ପଜିଟିଭ । ୧୭ ଜିଲ୍ଲାରୁ ୧୪୩ ନୂଆ ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୧୩୭ ଓ ସ୍ଥାନୀୟ ଅଂଚଳରୁ ୬ ସଂକ୍ରମିତ ଠାବ

କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୧୭ ଜିଲ୍ଲାରୁ ଆଜି ଆଉ ୧୪୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସଂକ୍ରମିତ ସ୍ଥାନୀୟ ଅଂଚଳରୁ ଠାବ ହୋଇଥିବା ସ୍ପଷ୍ଟ କରିଛନ୍ତି ସରକାର ।

ସେପଟେ ଚିହ୍ନଟ ହୋଇଥିବା ୧୪୩ ନୂଆ ସଂକ୍ରମିତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦାରୁ ୧୬, ନୟାଗଡରୁ ୧୩, ବାଲେଶ୍ୱର ୧୩, କଟକରୁ ୨୦, ଜଗତସିଂହପୁରୁ ୧, ଅନୁଗୁଳରୁ ୧, ଢେଙ୍କାନାଳରୁ ୩, ଭଦ୍ରକରୁ ୪, କଳାହାଣ୍ଡିରୁ ୬, କେନ୍ଦୁଝରରୁ ୨, ସୁନ୍ଦରଗଡରୁ ୧୨, କେନ୍ଦ୍ରାପଡାରୁ ୧୦, ଝାରସୁଗୁଡାରୁ ୧, ବରଗଡରୁ ୧, ବଲାଙ୍ଗୀରରୁ ୧, ସମ୍ବଲପୁରରୁ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏନ୍‌ଡିଆରଏଫ୍‌ର ଦୁଇଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଦୁଇକର୍ମଚାରୀ ନିକଟରେ ଆମ୍ଫାନ୍‌ ଡିୟୁଟିରେ ଯାଇ ପଶ୍ଚିମବଙ୍ଗରୁ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe