କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୧୭ ଜିଲ୍ଲାରୁ ଆଜି ଆଉ ୧୪୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସଂକ୍ରମିତ ସ୍ଥାନୀୟ ଅଂଚଳରୁ ଠାବ ହୋଇଥିବା ସ୍ପଷ୍ଟ କରିଛନ୍ତି ସରକାର ।
COVID-19 REPORT FOR 21st JUNE
New positive Cases: 143
In quarantine: 137
Local contacts: 6(Details of local contacts will be shared by concerned Dist Administration)
District Wise Cases
1. Khordha : 16
2. Nayagarh: 13
3. Balasore: 13
4. Cuttack: 20
5. Jagatsinghpur: 1— I & PR Department, Odisha (@IPR_Odisha) June 22, 2020
ସେପଟେ ଚିହ୍ନଟ ହୋଇଥିବା ୧୪୩ ନୂଆ ସଂକ୍ରମିତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦାରୁ ୧୬, ନୟାଗଡରୁ ୧୩, ବାଲେଶ୍ୱର ୧୩, କଟକରୁ ୨୦, ଜଗତସିଂହପୁରୁ ୧, ଅନୁଗୁଳରୁ ୧, ଢେଙ୍କାନାଳରୁ ୩, ଭଦ୍ରକରୁ ୪, କଳାହାଣ୍ଡିରୁ ୬, କେନ୍ଦୁଝରରୁ ୨, ସୁନ୍ଦରଗଡରୁ ୧୨, କେନ୍ଦ୍ରାପଡାରୁ ୧୦, ଝାରସୁଗୁଡାରୁ ୧, ବରଗଡରୁ ୧, ବଲାଙ୍ଗୀରରୁ ୧, ସମ୍ବଲପୁରରୁ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏନ୍ଡିଆରଏଫ୍ର ଦୁଇଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଦୁଇକର୍ମଚାରୀ ନିକଟରେ ଆମ୍ଫାନ୍ ଡିୟୁଟିରେ ଯାଇ ପଶ୍ଚିମବଙ୍ଗରୁ ଫେରିଥିଲେ।