୨୪ ଜିଲ୍ଲାରୁ ଆଜି ୧୩୨୦ ପଜିଟିଭ: ସଂଗରୋଧ କେନ୍ଦ୍ରରୁ ୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୩୩ ଚିହ୍ନଟ; ଗଞ୍ଜାମରୁ ସର୍ବାଧିକ ୫୬୦ ଓ ଖୋର୍ଦ୍ଧାରୁ ୧୭୪ ଆକ୍ରାନ୍ତ ଚିହ୍ନଟ

976

କନକ ବ୍ୟୁରୋ: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୩ ଶହ ୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୮୮୭ ଓ ଲୋକ୍ାଲ କଂଟାକ୍ଟ ୪୩୩ ଜଣ ଅଛନ୍ତି । ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମରୁ ସର୍ବାଧିକ ୫୬୦ ଓ ଖୋର୍ଦ୍ଧାରୁ ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଓ ଗଜପତି ଜିଲ୍ଲାରୁ ୯୦ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ରାୟଗଡ଼ାରୁ ୬୫, କଟକ ଓ ସୁନ୍ଦରଗଡ଼ରୁ ୪୭ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଠିକ୍ ସେହିପରି କନ୍ଧମାଳରୁ ୩୯, ନୟାଗଡ଼ରୁ ୩୮, କୋରାପୁଟରୁ ୩୦, ଭଦ୍ରକରୁ ୨୮, କେନ୍ଦୁଝରରୁ ୨୪, ବାଲେଶ୍ବର ଓ ଯାଜପୁରରୁ ୨୩ ଲେଖାଏଁ , ବରଗଡ଼ରୁ ୧୪, ବଲାଙ୍ଗୀରରୁ ୯, ଅନୁଗୁଳରୁ ୬ ଜଣ, ଜଗତସିଂହପୁରରୁ ୩, ଝାରସୁଗୁଡ଼ାରୁ ୨, ଦେବଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ, ନୂଆପଡ଼ାରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୧୫,୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୫୦ ରହିଛି।