ରାଜ୍ୟରେ ୧୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ପୁଣି ଏନଡିଆରଏଫ ଓ ଓଡ୍ରାଫର ୨୧ ଯବାନ ପିଜିଟିଭ; ବାତ୍ୟା ପରେ ପୁନରୁଦ୍ଧାର ପାଇଁ ଯାଇଥିଲେ ପଶ୍ଚିମବଙ୍ଗ

୩ ହଜାର ୪୯୮ରେ ପହଚିଂଲା ଆକ୍ରାନ୍ତଙ୍କ ସଂଖ୍ୟା

738

କନକ ବ୍ୟୁରୋ: ବଢୁଛି କରୋନାର କାୟା । ଦେଶରେ ଆଜି ଗୋଟିଏ ଦିନରେ ସର୍ବାଧିକ ୧୦ ହଜାର ୯୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୬ ଜଣଙ୍କ ଜୀବନ ନେଇଛନ୍ତି କୋଭିଡ୍ ୧୯ ଭୁତାଣୁ । ତେବେ ରାଜ୍ୟରେ ମଧ୍ୟ କରୋନାର ପ୍ରକୋପ ଥମିବାର ନା ଧରୁନି । ରାଜ୍ୟରେ ଆଜି ଆଉ ୧୧୨ଜଣଙ୍କଠାରେ ଠାବ ହୋଇଛି କରୋନା ମହାମାରୀ ଭୁତାଣୁ । ୧୮ ଜିଲ୍ଲାରୁ ଆଜି ଆଉ ୧୧୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୨୧ ଜଣ ରହିଛନ୍ତି କରୋନା ଯୋଦ୍ଧା ।

ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୦୭ ଜଣ କ୍ୱାରେଂଟିନ ସେଂଟରରେ ରହିଥିବା ବେଳେ ୫ ଜଣ ସ୍ଥାନୀୟ ଅଂଚଳର ରହିଛନ୍ତି । ତେବେ ୧୧୨ ନୂଆ କରୋନା ସଂକ୍ରମିତଙ୍କ ଭିତରେ ସର୍ବାଧିକ ପୁରୀ ଜିଲ୍ଲାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡାରୁ ୨, ମାଲକାନଗିରିରୁ ୩, କେନ୍ଦୁଝରରୁ ୫, ଯାଜପୁରରୁ ୩, ଖୋର୍ଧାରୁ ୮, ଅନୁଗୁଳରୁ ୬ ଦେବଗଡରୁ ୨, କଟକରୁ ୩, ଗଂଜାମରୁ ୬, ସୁନ୍ଦରଗଡରୁ ୪, ବୌଦ୍ଧରୁ ୩ ଗଜପତିରୁ ୫, ସମ୍ବଲପୁରରୁ ୫, ବଲାଙ୍ଗୀରରୁ ୫, ମୟୂରଭଂଜରୁ ୭, ବାଲେଶ୍ୂରୁ ୫, ନୟାଗଡରୁ ୪ ଜଣ କରୋନା ସଂକ୍ରମିତ ଠାବ ହୋଇଛନ୍ତି । ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ପଜିଟିଭଙ୍କ ମଧ୍ୟରେ ୨୧ ଜଣ ଆକ୍ରାନ୍ତ ରହିଛନ୍ତି ଏନଡିଆରଏଫ ଓ ଓଡ୍ରାଫର ଯବାନ ।ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୩ ହଜାର ୪୯୮ କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ୧୧୩୧ ଆକ୍ଟିଭ୍ କେସ୍ ରହିଛି । ଗତ ୨୪ ଘଂଟାରେ ରାଜ୍ୟରେ ୨୩ ଶହ ୫୪ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି ।