ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ପାର: ୨୮ ଜିଲ୍ଲାରୁ ଆଜି ଆଉ ୧୩୩୭ ନୂଆ ପଜିଟିଭ; ଗଂଜାମରୁ ସର୍ବାଧିକ ୨୦୧, ଖୋର୍ଦ୍ଧାରୁ ୧୯୬ ଏବଂ କଟକରୁ ୧୬୮ଜଣ ଆକ୍ରାନ୍ତ ଚିହ୍ନଟ

Advertisment
ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ପାର: ୨୮ ଜିଲ୍ଲାରୁ ଆଜି ଆଉ ୧୩୩୭ ନୂଆ ପଜିଟିଭ; ଗଂଜାମରୁ ସର୍ବାଧିକ ୨୦୧, ଖୋର୍ଦ୍ଧାରୁ ୧୯୬ ଏବଂ କଟକରୁ ୧୬୮ଜଣ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ: ରାଜ୍ୟରେ ମାଡି ଚାଲିଛି ମହାମାରୀ । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୧୩ ଶହ ୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୧୮କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଦ କେନ୍ଦ୍ରରୁ ୮୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୫୨୨ ଜଣ ଆକ୍ରାନ୍ତ ଠାବ ହୋଇଛନ୍ତି । ସେପଟେ, ରାଜ୍ୟରେ ୨୪ ହଜାର ୪୮୨ ଜଣ ଆକ୍ରାନ୍ତ କରୋନା ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୧୪ ହଜାର ୨୬୭ ଜଣ ଆକ୍ରାନ୍ତ କୋଭିଡ୍ ଭୁତାଣୁରେ ଶିକାର ହୋଇ ରାଜ୍ୟର ବିଭିନ୍ନ କୋଭିଡ୍ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୧୩୩୭ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଂଜାମ ଜିଲ୍ଲାରୁ ୨୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରୁ ୧୯୬ ଏବଂ କଟକରୁ ୧୬୮ ନୂଆ କରୋନା ରୋଗୀ ଠାବ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୪, ବାଲେଶ୍ୱରରୁ ୩୧, ବରଗଡରୁ ୧୪, ଭଦ୍ରକରୁ ୨୨, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୧, ଢେଙ୍କାନାଳରୁ ୫, ଗଜପତିରୁ ୭୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୨୪, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୧୩, କନ୍ଧାମାଳରୁ ୨୦, କେନ୍ଦ୍ରାପଡାରୁ ୩୭, କେନ୍ଦୁଝରରୁ ୮୦, କୋରାପୁଟରୁ ୩୧, ମାଲକାନଗିରିରୁ ୩୮, ମୟୂରଭଂଜରୁ ୧୫, ନବରଙ୍ଗପୁରରୁ ୭, ନୟାଗଡରୁ ୬୦, ପୁରୀରୁ ୭୩, ରାୟଗଡାରୁ ୨୨, ସମ୍ବଲପୁରରୁ ୭୨, ସାଲେପୁରରୁ ୩ ଏବଂ ସୁନ୍ଦରଗଡରୁ ୮୩ ଜଣ ନୂା କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe