ଦାୟିତ୍ୱ ନେଲେ ନୂଆ ପୁଲିସ କମିସନର ସଂଜୀବ ପଣ୍ଡା । ନୂଆ ଆହ୍ୱାନର ହେବେ ସମ୍ମୁଖୀନ । ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ କହିଲେ ସଂଜୀବ

143

କନକ ବ୍ୟୁରୋ: ଦ୍ୱୈତ ନଗରୀର ଦାୟିତ୍ୱ ନେଇଛନ୍ତି ନୂଆ ପୁଲିସ କମିସନର । ୧୯୯୪ ବ୍ୟାଚର ଆଇପିଏସ ଅଫିସର ସଂଜୀବ ପଣ୍ଡା ନେଇଛନ୍ତି ଏହି ଗୁରୁ ଦାୟିତ୍ୱ । ପୂର୍ବରୁ ଗୁଇନ୍ଦା ବିଭାଗର ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଥିବା ଏହି ଅଫିସରଙ୍କ ଭରଷାରେ କଟକ ଏବଂ ଭୁବନେଶ୍ୱର । ଆଉ ନୂଆ କମିଶନର ହିସାବରେ ଦାୟିତ୍ୱ ନେବା ପରେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି ।

ନୂଆ କମିସନରଙ୍କ ପାଇଁ ଚ୍ୟାଲେଞ୍ଜ

  • ଆଗାମୀ ନିର୍ବାଚନକୁ ନେଇ ଭିଆଇପି ଓ ଭିଭିଆଇପିଙ୍କ ମୁଭମେଂଟ
  • ରାଜ୍ୟ ବାହାରୁ ଭୁବନେଶ୍ୱର ଆସୁଥିବା ଡେଲିଗେଟଙ୍କ ସୁରକ୍ଷା
  • ନେତା,ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ
  • ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ ସୁରକ୍ଷା
  • ଟ୍ୱିନସିଟିର ଅପରାଧ ନିୟନ୍ତ୍ରଣ ସହ ସାଇବର ଠକଙ୍କ ଉତ୍ପାତ
  • ପ୍ରୋ ପିପୁଲ ପୁଲିସିଂ, ଗ୍ରୀଭାନ୍ସ ଏବଂ ସିନିୟର ସିଟିଜନଙ୍କ ସୁରକ୍ଷା

ଅନ୍ୟପଟେ ଆଜି ଶେଷ ଦିନ ଭାବେ କାର୍ଯ୍ୟ କରି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ୧୯୯୫ ବ୍ୟାଚର ପୂର୍ବତନ ପୁଲିସ କମିଶନର ସୌମେଦ୍ର ପ୍ରିୟଦର୍ଶୀ । କୋଭିଡ ପରିଚାଳନା ଠାରୁ ହକି ବିଶ୍ୱକପ ୨୦୨୩ ପରିଚାଳନା ଥିଲା ବଡ ସଫଳତା । ପୁର୍ବରୁ ୨୦୧୩ ମସିହାରେ ଆଇଜି ଅପରସେନ ଭାବେ କାର୍ଯ୍ୟ କରି ପାରଦର୍ଶିତା ଲାଭ କରିଥିବା ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦେଶକ ଦାୟିତ୍ୱ ଦିଆଯାଇଛି ।

ଭୁବନେଶ୍ୱର ଓ କଟକର ଟ୍ରାଫିକ ସମସ୍ୟାଠାରୁ ଆରମ୍ଭ କରି ଅପରାଧୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଅଭିଯୁକ୍ତଙ୍କ ଗିରଫଦାରୀଠୁ ଆରମ୍ଭ କରି ଦଣ୍ଡବିଧାନ ଓ ଅପରାଧୀଙ୍କ ଉପରେ ନଜର ରଖିବା ଏକ ବଡ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି ।