ଆଉ ଏକ ନୂଆ ଗ୍ରହର ସନ୍ଧାନ ପାଇଲେ ବୈଜ୍ଞାନିକ ! କୋଇଲା ଠାରୁ ବି ଅଧିକ କଳା ଏହି ଗ୍ରହ

21

ଆଉ ଏକ ଗ୍ରହର ସନ୍ଧାନ ପାଇଛି ନାସା । କେଲେ ୟୁନିଭରସିଟିର ଗବେଷକମାନେ ଏକ ନୂତନ ଗ୍ରହର ସନ୍ଧାନ ପାଇଛନ୍ତି। ସେମାନେ ଏହି ଗ୍ରହର ନାମ ଦେଇଛନ୍ତି ‘ହଟ୍ ଜୁପିଟର୍’। ଏହି ଗ୍ରହଟି ଅତ୍ୟନ୍ତ ଅନ୍ଧାରୁଆ। ପ୍ରାୟ ୯୭ରୁ ୯୯ ପ୍ରତିଶତ ଆଲୋକ ଏହି ଗ୍ରହରେ ପହଞ୍ଚି ପାରୁନଥିବାରୁ ଏହି ଗ୍ରହଟି କୋଇଲାଠାରୁ ବି ବେଶି କଳା ରଂଗର ଦେଖାଯାଉଛି। ଗବେଷକମାନେ ମହାକାଶ ଗବେଷଣା କେନ୍ଦ୍ର ନାସାର କେଲପର୍ ଟେଲିସ୍ପୋପ ବ୍ୟବହାର କରି ଏହାର ସନ୍ଧାନ ପାଇଛନ୍ତି।

ବୈଜ୍ଞାନିକମାନେ କେଲପର୍ ଟେଲିସ୍ପୋପ ବ୍ୟବହାର କରି ଗ୍ରହଟିର ସନ୍ଧାନ କଲା ବେଳେ ଚକିତ ହୋଇ ଯାଇଥିଲେ। କାହିଁକି ନା, ଗ୍ରହଟି ଅନ୍ଧାରୁଆ ହୋଇଥିବାରୁ କୌଣସି ବି ପ୍ରକାରର ପ୍ରତିବିମ୍ବ ଦୃଶ୍ୟମାନ ହୋଇନଥିଲା ସେମାନଙ୍କୁ। ସର୍ବମୋଟ ୩ଟି ଅନ୍ଧାରୁଆ ଗ୍ରହ ମଧ୍ୟରୁ ଏହି ଗ୍ରହଟି ଅନ୍ୟତମ। ପୂର୍ବରୁ ଯେଉଁ ସର୍ବାଧିକ ଅନ୍ଧାରୁଆ ଗ୍ରହର ଭାବେ ରହିଥିଲା ଏକ୍ସୋପ୍ଲାନେଟ୍ ଟିଆରଇଏସ୍୨ବି କିମ୍ବା କେପଲର୍ ୧ବି। ଡବଲୁଏଏସପି-୧୦୪ବି ହେଉଛି ଏକ ବିଶାଳ ଗ୍ୟାସ୍ ଗ୍ରହ। ଜୁପିଟର୍ ସହିତ ଏହାର ସାମାନ୍ୟ ସମାନତା ରହିଛି। ଏହାର ପ୍ରଭାବରେ ଜୁପିଟର୍ ଉତ୍ତପ୍ତ ରହୁଥିବାରୁ ଏହାକୁ ‘ହଟ୍ ଜୁପିଟର୍’ କୁହାଯାଉଛି।