୭ ଲକ୍ଷ ଟଙ୍କା ଯାଏଁ ବାର୍ଷିକ ଆୟରେ ଦେବାକୁ ପଡିବନି କୌଣସି ଟ୍ୟାକ୍ସ : ଟ୍ୟାକ୍ସକୁ ନେଇ ବଡ ଘୋଷଣା

10,580

କନକ ବ୍ୟୁରୋ: ମଧ୍ୟବିତ୍ତ ପରିବାର ଓ ସରକାରୀ ଚାକିରୀଆମାନଙ୍କ ପାଇଁ ବଡ ଆଶ୍ୱସ୍ତି । ନୂଆ ଆୟକର ବ୍ୟବସ୍ଥା ଅନୁଯାୟୀ ଯଦି ଆପଣଙ୍କର ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ ତେବେ କୌଣସି ଟ୍ୟାକ୍ସ ଦେବାକୁ ପଡିବନି । ପୂର୍ବରୁ ଏହା ୫ ଲକ୍ଷ ପର୍ଯ୍ୟନ୍ତ ଥିଲା । ଏବେ ଏଥିରେ ପରିବର୍ତ୍ତନ କରାଯାଇ ୭ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି କରାଯିବାକୁ ଘୋଷଣା ହୋଇଛି ।

ସେହିଭଳି ନୂଆ ଆୟକର ସ୍ଲାବରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ସଂସଦରେ ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ପରିବର୍ତ୍ତିତ ସ୍ଲାବକୁ ୫ଟି ଭାଗରେ ବିଭକ୍ତ କରାଯାଇଛି । ଅଥାର୍ତ ୭ ଲକ୍ଷରୁ ଅଧିକ ଟଙ୍କାର ଆୟ ଥିଲେ ଏହି ସ୍ଲାବ ଅନୁଯାୟୀ ଆୟକର ଦେବାକୁ ପଡିବ । ଯେଉଁଥିରେ କୌଣସି ରିହାତି ମିଳିବ ନାହିଁ । ନୂଆ ସ୍ଲାବ ଅନୁଯାୟୀ, ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ କୌଣସି ଆୟକର ଦେବାକୁ ପଡିବ ନାହିଁ । ସେହିଭଳି ୩ ଲକ୍ଷରୁ ୬ ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ, ୬ରୁ ୯ ଲକ୍ଷ ଆୟରେ ୧୦%, ୯ରୁ ୧୨ ଲକ୍ଷ ୧୫%, ୧୨ରୁ ୧୫ ଲକ୍ଷ ୨୦%, ୧୫ ଲକ୍ଷରୁ ଅଧିକ ଆୟରେ ୩୦% ଆୟକର ଦେବାକୁ ହେବ ।
ପୂର୍ବରୁ ଏହି ସ୍ଲାବରେ ୨.୫ ଲକ୍ଷ ପର୍ଯ୍ୟନ୍ତ ଆୟରେ ଆୟକର ସୀମା ଛାଡ ଥିଲା । ଏପରିକି ୬ଟି ସ୍ଲାବରେ ଆୟକର ଦେଉଥିଲେ ଲୋକେ । କିନ୍ତୁ ଚଳିତ ବଜେଟରେ ଏଥିରେ ପରିବର୍ତ୍ତନ ଆଣିଛନ୍ତି ସରକାର ।