କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୮ ତାରିଖରେ ନୂଆ ସଂସଦ ଭବନର ଉଦଘାଟନ କରିବେ । ବିରୋଧୀ ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି । ବିରୋଧୀ ଦାବି କରିଛନ୍ତି ଯେ, ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନକରି ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଉ । ସରକାରଙ୍କ ଉପରେ ଆକ୍ରମଣ କରି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ନିର୍ବାଚନୀ ଫାଇଦା ପାଇବା ପାଇଁ କେବଳ ଆଦିବାସୀଙ୍କୁ ରାଷ୍ଟ୍ରପତି କରାଯାଇଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
It looks like the Modi Govt has ensured election of President of India from the Dalit and the Tribal communities only for electoral reasons.
While Former President, Shri Kovind was not invited for the New Parliament foundation laying ceremony…
1/4
— Mallikarjun Kharge (@kharge) May 22, 2023
ତେବେ ଏଠାରେ ପ୍ରଶ୍ନ ଉଠୁଛ ଯେ ନୂଆ ସଂସଦ ଭବନ ଉଦଘାଟନ କିଏ କରିବା ଦରକାର? ପ୍ରଧାନମନ୍ତ୍ରୀ ନା ରାଷ୍ଟ୍ରପତି । ଏହାକୁ ନେଇ କଣ ରହିଛି ସମ୍ବିଧାନର ବ୍ୟବସ୍ଥା ।
ସମ୍ବିଧାନ ବିଶେଷଜ୍ଞ ଏବଂ ସଂସଦୀୟ ମାମଲାରେ ବିଶେଷଜ୍ଞ ଏସ ଶର୍ମା କହିଛନ୍ତି, ସମ୍ବିଧାନରେ ସେଭଳି କୌଣସି ବ୍ୟବସ୍ଥା ନାହିଁ । କିଏ ଏହାର ଉଦଘାଟନ କରିବେ କିଏ କରିପାରିବେ ନାହିଁ ସେଭଳି କୌଣସି ବ୍ୟବସ୍ଥା ନାହିଁ । ଲୋକସଭା, ରାଜ୍ୟସଭା ଏବଂ ରାଷ୍ଟ୍ରପତି ସଂସଦର ଅଭିନ୍ନ ଅଙ୍ଗ । ରାଷ୍ଟ୍ରପତି ସଂସଦର ଏକ ପ୍ରମୁଖ ଅଂଶ । ସେ ବିଭିନ୍ନ ଅଧିବେଶନ ଡକାଇଥାନ୍ତି । ରାଷ୍ଟ୍ରପତି ବିଲ ପାସ କରିବା ପରେ ହିଁ ଏହା ଆଇନରେ ପରିଣତ ହୋଇଥାଏ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଏଭଳି କିଛି ନିଷ୍ପତ୍ତି ନେବାର ସମୟ ଆସିଥାଏ ଯାହାର ସମ୍ବିଧାନରେ କୌଣସି ବ୍ୟବସ୍ଥା ନଥାଏ ସେତେବେଳେ ସଂସଦର ପୁରାତନ ପରମ୍ପରା ପ୍ରଚଳନ କରାଯାଏ । କୌଣସି ଖାସ ପ୍ରସଙ୍ଗରେ ପ୍ରଥମରୁ ଉଠାଯାଇଥିବା ନିଷ୍ପତ୍ତି ଆଧାରରେ ନିଆଯାଇଥାଏ । କୌଣସି ଭବନର ଉଦଘାଟନ ନେଇ ସମ୍ବିଧାନରେ କୌଣସି ନିୟମ ନାହିଁ । ୧୯୭୫ ମସିହା ଅଗଷ୍ଟ ମାସରେ ସଂସଦର ଏନେକ୍ସି ଭବନ ନିର୍ମାଣ ହୋଇଥିଲା । ଏହାର ଉଦଘାଟନ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କରିଥିଲେ । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କଂଗ୍ରେସକୁ ଘେରିଛନ୍ତି । ତାଙ୍କ କହିବା କଥା ୧୯୮୭ରେ ଯେତେବେଳେ ସଂସଦର ପୁସ୍ତକାଳୟ ନିର୍ମାଣ ହୋଇଥିଲା ତାର ଉଦଘାଟନ ମଧ୍ୟ ସେତେବେଳର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କରିଥିଲେ ।