ନୂତନ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତର ପ୍ରତୀକ ହେବ

183

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ନୂଆ ସଂସଦ ଭବନର ଶୀଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦି କହିଥିଲେ କି ଏହି ଭବନ ଆତ୍ମ ନିର୍ଭର ଭାରତର ପରିଚୟ ହେବ । ପୁରୁଣା ଭବନ ଦେଶର ଆବଶ୍ୟକତାକୁ ପୁରଣ କରିଛି ହେଲେ ନୂଆ ଭବନ ୨୧ ଶହ ଶତାବ୍ଦିର ଆଶା ହେବ ।

ଏହା ସହ ପ୍ରଧାନମନ୍ତ୍ରୀ କହିଥିଲେ କି ଆମ ଦେଶ ଓ ସମ୍ବିଧାନର ନିର୍ମାଣ ଏହି ସଂସଦ ଭବନ ମାଧ୍ୟମରେ ହୋଇଥିଲା । ଏହି ସଂସଦ ଭବନ ଦେଶର ଉତ୍ଥାନ ପତନ, ଆଶା ଆଙ୍କାକ୍ଷା ଓ ପ୍ରଗତିର ପ୍ରତିକ ହୋଇଛି । ଏହିସବୁ ଆମର ଦାୟିତ୍ୱ କିନ୍ତୁ ଏହାସହ ଦେଶବାସୀଙ୍କୁ ବାସ୍ତବତାକୁ ସ୍ୱିକାର କରିବାର ବି ଆବଶ୍ୟକତା ରହିଛି । ସେ ଆହୁରି କହିଥିଲେ କି ଆବଶ୍ୟକତା ମୁତାବକ ଏହି ଭବନର ପରିବର୍ତ୍ତନ କରାଯାଇଛି । ସାଉଣ୍ଡ, ଆଇଟି, ସୁରକ୍ଷା ବ୍ୟବସ୍ଥାର ଅନେକ ପରିବର୍ତ୍ତନ କରାଯାଇଛି । ଅନେକ ଥର ପୁରୁଣା ସଂସଦ ଭବନର କାନ୍ଥ ଭାଙ୍ଗିଯାଇଛି । ଏବେ ସମୟ ଆସିଛି ଏହି ପୁରୁଣା ସଂସଦ ଭବନକୁ ବିଶ୍ରାମ ଦେବାର ।

ପ୍ରଧାନମନ୍ତ୍ରୀ କହିଥିଲେ କି ନୂଆ ସଂସଦ ଭବନରେ କିଛି ନୂଆ ଜିନିଷ କରାଯାଉଛି । ଯାହାଦ୍ୱାରା ଅଧିକ ସାଂସଦ ଏକ ସାଙ୍ଗରେ ବସିପାରିବାର ବ୍ୟବସ୍ଥା କରାଯିବ । ଅନ୍ୟପଟେ ଯେତେବେଳେ କୌଣସି ନାଗରିକ ସାଂସଦଙ୍କୁ ଭେଟିବାକୁ ଆସୁଛନ୍ତି ସେତେବେଳେ ସେମାନେ ବହୁ ଅସୂୁବିଧାରେ ସମ୍ମୁଖୀନ ହେଉଛନ୍ତି । ସଂସଦ ଭବନରେ ସ୍ଥାନ କମ୍ ଥିବା ଅନୁଭବ ହେଉଛି । ହେଲେ ଏହି ନୂତନ ସଂସଦ ଗୃହ ନିର୍ମାଣ କରାଯାଉଛି ସେଥିରେ ପ୍ରତ୍ୟେକ ସାଂସଦ ମାନଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି କି ସାଂସଦ ମାନେ ସେମାନଙ୍କ ନିର୍ବାଚନ କ୍ଷେତ୍ରରୁ ଆସୁଥିବା ଲୋକଙ୍କୁ ଭେଟିବାରେ ଯେମିତି କୌଣସି ଅସୁବିଧା ନହେବ ।

ନୂଆ ସଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଏହା ୨୧ ଶ ଶତାବ୍ଦିରେ ଆତ୍ମନିର୍ଭର ଭାରତ ର ସାକ୍ଷୀ ରହିବ । ଭାରତର ଲୋକମାନେ ମିଶି ଏହି ନୂତନ ସଂସଦ ଭବନ ବନାଇବେ । ଏଥିରେ ସୁନ୍ଦର କ’ଣ ହୋଇପାରିବ ଓ ଏହା କିଭଳି ପବିତ୍ର ହୋଇପାରିବ ତାହା ଦେଶର ଜନତା ନିର୍ଦ୍ଦାରଣ କରିବେ । ଏହି ସଂସଦ ଭବନର ଶୁଭ ଉଦ୍ଘାଟନ ୭୫ ତମ ସ୍ୱାଧିନତା ଦିବସରେ ଅନୁଷ୍ଠିତ ହେବ ।
ଅନ୍ୟପଟେ ମୋଦି କହିଥିଲେ କି ଯେତେବେଳେ ବିଶ୍ୱାସର ସହିତ ଆମେମାନେ ଲୋକତନ୍ତ୍ରର ଗୁଣଗାନ କରିବା ସେତେବେଳେ ବିଶ୍ୱ କହିବ ଭାରତ ଗଣତନ୍ତ୍ରର ମା’ । ସେ କହିଥିଲେ କି ଗଣତନ୍ତ୍ର ସ୍ଲୋଗାନ ଏମିତି ହେବା ଦରକାର । ଗଣତନ୍ତ୍ରରେ ବିବିଧତା ରହିବା ଆବଶ୍ୟକ କିନ୍ତୁ ବିଚ୍ଛିନ୍ନତା ନୁହେଁ । ଗଣତନ୍ତ୍ରର ମନ୍ଦିରକୁ ନିର୍ବାଚିତ ହୋଇ ଆସୁଥିବା ନେତା ମାନଙ୍କର ଲୋକମାନଙ୍କ ସେବା କରିବାରେ ଯେଭଳି କୌଣସି ମତଭେଦ ନରୁହେ । ଆଶାକୁ ଜାଗୃତ କରିବା ଦରକାର । ଏଠାକୁ ଆସୁଥିବା ପ୍ରତିଟି ବ୍ୟକ୍ତି ତା’ର କାର୍ଯ୍ୟକାଳ ଭିତରେ କଣ କରିଛି ତାହାର ଜବାବ୍ ଲୋକମାନଙ୍କୁ ଦେବା ନିହାତି ଦରକାର ।

ସେପଟେ ପ୍ରଧାନମନ୍ତ୍ରୀ ଏହି ଶୁଭ ଅବସରରେ ରାଷ୍ଟ୍ର ସହିତ ରାଜ୍ୟର ବିକାଶକୁ ବି ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି କି ରାଷ୍ଟ୍ରର ବିକାଶ ପାଇଁ ରାଜ୍ୟର ବିକାଶ ଦରକାର । ରାଷ୍ଟ୍ରର କଲ୍ୟାଣ ପାଇଁ ରାଜ୍ୟର କଲ୍ୟାଣ ହେବା ବି ଜରୁରି । ଏଭଳି ତୃଣମୂଳ ସିଦ୍ଧାନ୍ତ ସହିତ କାମ କରିବାକୁ ଆମକୁ ପ୍ରତିଜ୍ଞା କରିବାକୁ ପଡିବ । ଆମକୁ ‘ଇଣ୍ଡିଆ ଫାଷ୍ଟ’ କରିବାକୁ ସଂକଳ୍ପ ନେବାକୁ ପଡିବ ।