ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ସେଂଟ୍ରାଲ ଭିଷ୍ଟାକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: ନୂଆ ସଂସଦ ନିର୍ମାଣ ପାଇଁ ରାସ୍ତା ପରିଷ୍କାର

ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ସେଂଟ୍ରାଲ ଭିଷ୍ଟାକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: ନୂଆ ସଂସଦ ନିର୍ମାଣ ପାଇଁ ରାସ୍ତା ପରିଷ୍କାର

କନକ ବ୍ୟୁରୋ: ନୂଆ ସଂସଦ ଭବନ ନିର୍ମାଣ ରାସ୍ତାରେ ଆଉ ବାଧା ନାହିଁ । ଗ୍ରୀନ ସିଗନାଲ ଦେଇଛନ୍ତି ସୁପ୍ରିମକୋର୍ଟ । ମୋଦୀ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଂଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି କିଛି ସର୍ତ ସହ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ପରିବେଶ ସୁରକ୍ଷା ତଥା ବାୟୁମଣ୍ଡଳ ପ୍ରଦୂଷଣକୁ ରୋକିବା ପାଇଁ ସବୋର୍ଚ୍ଚ ନ୍ୟାୟାଳୟ କିଛି ସର୍ତ ରଖି ପ୍ରକଳ୍ପକୁ ଅନୁମୋଦ ଦେଇଛନ୍ତି । ନିର୍ମାଣ ପୂର୍ବରୁ ହେରିଟେଜ କମିଟିର ଅନୁମତି ଜରୁରୀ କହିଛନ୍ତି ସୁପ୍ରିମକୋର୍ଟ । କମିଟିର ଅନୁମୋଦ ପାଇବା ପାଇଁ ସୁପ୍ରିମକୋର୍ଟ ପ୍ରକଳ୍ପ ପ୍ରସ୍ତାବକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe