କନକ ବ୍ୟୁରୋ: ନୂଆ ସଂସଦ ଭବନର ଉଦଘାଟନ ହୋଇସାରିଛି । ପାରମ୍ପରିକ ପୂଜାର୍ଚ୍ଚନା ସହ ପ୍ରଧାନମନ୍ତ୍ରୀଙ୍କୁ ରାଜଦଣ୍ଡ ହସ୍ତାନ୍ତର କରାଯାଇଛି । ଏହାକୁ ସଂସଦରେ ସ୍ଥାପନା କରାଯାଇଛି । ଇତିହାସରେ ଏହି ଦିନ ସବୁଦିନ ପାଇଁ ଲିପିବଦ୍ଧ ହୋଇରହିଯାଇଛି । ତେବେ ସଂସଦ ଭବନରେ ବିଛାଯାଇଥିବା ଗାଲିଚା ସମସ୍ତଙ୍କୁ ଆକୃଷ୍ଟ କରିଛି । ଯେତେବେଳେ ସାଂସଦମାନେ ସଂସଦ ଭବନକୁ ପ୍ରବେଶ କରିଥିଲେ ସେତେବେଳେ ସେମାନେ ସମସ୍ତେ ସ୍ତମ୍ଭୀଭୂତ ହୋଇଯାଇଥିଲେ ।
ଏହି ଗାଲିଚା ଗୁଡିକୁ ଶହେ ବର୍ଷ ପୁରୁଣା କମ୍ପାନୀ ପ୍ରସ୍ତୁତ କରିଛି । ଏହି କମ୍ପାନୀକୁ ତିନି ଇଂରେଜ ଏଫଏଚ ଓକଲେ, ଏଫଏଚ ବେଡେନ ଏବଂ ଜେଏଲ ଟେଲର ସ୍ଥାପନା କରିଥିଲେ । ଏହି ଚାଦରର କାରିଗର ବେସ ଖାସ । ଏହାକୁ ପ୍ରସ୍ତୁତ କରିବା ପାଇଁ ୭ ମାସର ସମୟ ଲାଗିଥିଲା । ଗାଲିଚାରେ ମୟୂର ଚନ୍ଦ୍ରିକା ଏବଂ ପଦ୍ମଫୁଲର ଚିତ୍ର ସ୍ଥାନ ପାଇଛି । ସ୍ୱତନ୍ତ୍ର ଭାବେ ଏହାର ଡିଜାଇନକୁ ପ୍ରସ୍ତୁତ କରାଯାଇଥିଲା । ଏହି କମ୍ପାନୀର ନାମ ହେଉଛି ଓବେଟିଇ । ବର୍ତ୍ତମାନ ଏହି କମ୍ପାନୀର ସ୍ୱାମିତ୍ୱ କୋଲକାତାର ବ୍ୟବସାୟୀ ରୁଦ୍ର ଚାଟାର୍ଜୀଙ୍କ ପାଖରେ ରହିଛି ।
ଏହି ଗାଲିଚା ଭାରତର ସମୃଦ୍ଧ ଇତିହାସ ଏବଂ ସାଂସ୍କୃତିକ ମହତ୍ତ୍ୱକୁ ଦର୍ଶାଇଛି । ଭାରତର ଯେଉଁ ପରମ୍ପରା ତାହା ଏହି ଗାଲିଚାରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି । ଲୋକସଭାରେ ବିଛାଯାଇଥିବା ଗାଲିଚାରେ ମୟୂର ଚିତ୍ର ସ୍ଥାନ ପାଇଛି । ଭାରତର ଜାତୀୟ ପକ୍ଷୀ ହେଉଛି ମୟୂର । ଏହା ନିଜର ସୁନ୍ଦରତା, ପ୍ରତିକବାଦ ପାଇଁ ଜଣାଯାଇଥାଏ । ସେହିଭଳି ରାଜ୍ୟସଭାର ଗାଲିଚାର ଡିଜାଇନରେ ପଦ୍ମଫୁଲ ସ୍ଥାନ ପାଇଛି । ଯାହା ଭାରତର ଜାତୀୟ ଫୁଲ । ଗାଲିଚା ପ୍ରସ୍ତୁତ କରିଥିବା ଚାଟାର୍ଜୀ କହିଛନ୍ତି, ଲୋକସଭା ଏବଂ ରାଜ୍ୟସଭାରେ ଗାଲିଚା ବିଛାଇବାର ଦାୟିତ୍ୱ ଥିଲା । ଏହାକୁ ସାବଧାନତାର ସହ କରିବାକୁ ପଡିଥିଲା । କାରଣ ଲୋକତନ୍ତ୍ର ମନ୍ଦିରରେ ଏହା ସ୍ଥାନ ପାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/vlcsnap-2023-05-28-16h13m02s049.jpg)
/kanak/media/post_attachments/wp-content/uploads/2023/05/vlcsnap-2023-05-28-16h10m28s614.jpg)
/kanak/media/post_attachments/wp-content/uploads/2023/05/vlcsnap-2023-05-28-16h10m44s331.jpg)