ଥମୁନି ନୂଆ ସଂସଦ ଭବନ ଉଦଘାଟନ ରାଜନୀତି: ବିରୋଧୀଙ୍କ ବର୍ଜନ ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଶ୍ନ

265

କନକ ବ୍ୟୁରୋ: ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସ ସମେତ ୨୦ରୁ ଅଧିକ ବିରୋଧୀ ଦଳ ଉଦଘାଟନୀ ଉତ୍ସବକୁ ଯିବେ ନାହିଁ ଘୋଷଣା କରିସାରିଛନ୍ତି । ସଂସଦର ମୁଖ୍ୟ ରାଷ୍ଟ୍ରପତି, ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବର୍ତେ ରାଷ୍ଟପ୍ରତି ଦ୍ରୋପଦୀ ମୁର୍ମୁ ନୂଆ ସଂସଦ ଭବନର ଉଦଘାଟନ କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । ଆଉ ବିରୋଧୀଙ୍କୁ ପାଟଲ ଜବାବ ଦେଇଛି ବିଜେପି । ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତିି, କ’ଣ ପାଇଁ କଂଗ୍ରେସ ଭାରତୀୟ ପରମ୍ପରା, ସଂସ୍କୃତିକୁ ଘୃଣା କରୁଛି? ଭାରତ ସ୍ୱାଧୀନତାର ପ୍ରତିକ ଭାବେ ତାମିଲନାଡୁର ଶୈବ ମଠ ପକ୍ଷରୁ ପବିତ୍ର ରାଜଦଣ୍ଡ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଦିଆଯାଇଥିଲା କିନ୍ତୁ ଏହାକୁ ଚାଲିବା ବାଡ଼ି ଭଳି ସଂଗ୍ରାହଳୟରେ ରଖାଯାଇଛି ।

କଂଗେସ, ଟିଏମସି, ଆରଜେଡି, ଜେଡିୟୁ, ଆପ୍, ସମାଜବାଦୀ ପାର୍ଟି, ଟିଏମସି ସମେତ ୨୦ରୁ ଅଧିକ ଉଦଘାଟନୀ ଉତ୍ସବ ବର୍ଜନ କରିଥିବା ବେଳେ ବିଜେପି, ବିଜେଡି, ୱାଇଏସଆର କଂଗ୍ରେସ ସହ ୨୫ ଦଳ ଉଦଘାଟନୀ ଉତ୍ସବରେ ଯୋଗଦେବେ ବୋଲି ସୂଚନା ମିଳିଛି । ବିରୋଧୀ ତାଙ୍କ ନିଷ୍ପତିରେ ପୁର୍ନବିଚାର କରନ୍ତୁ ବୋଲି କିଛି ବିଜେପି ନେତା ଅନୁରୋଧ କରିଥିବା ବେଳେ ଆଉ କିଛି ସମାଲୋଚନା କରିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା କହିଛନ୍ତି. ନୂଆ ସଂସଦ ଭବନ ଉଦଘାଟନକୁ ବର୍ଜନ କରିଥିବା ଅଧିକାଂଶ ଦଳ କାହିଁକି ବର୍ଜନ କରୁଛନ୍ତି? ଉତ୍ତର ଅତି ସରଳ- ସେମାନେ ହେଉଛନ୍ତି ରାଜବଂଶ ଦ୍ୱାରା ପରିଚାଳିତ ଦଳ । ଯଦି ରାଷ୍ଟ୍ରପତି ଦୌପଦୀ ମର୍ମୁ ବିରୋଧୀଙ୍କୁ ବିରୋଧୀଙ୍କୁ ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଅନୁରୋଧ କରନ୍ତି, ତେବେ ସେମାନେ ନିଷ୍ପତିର ପରିବର୍ତନ କରିପାରନ୍ତି ବୋଲି କୁହାଯାଉଛି । ଏପଟେ ରାଷ୍ଟ୍ରପତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ନୂଆ ସଂସଦ ଭବନର ଉଦଘାଟନ କରନ୍ତୁ ବୋଲି ଦାବି କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ବରଖାସ୍ତ କରିଛନ୍ତି ।