ପାନ୍ କାର୍ଡ ନିୟମରେ ହେଲା ପରିବର୍ତ୍ତନ ! ଡିସେମ୍ବର ୫ତାରିଖରୁ ଲାଗୁ ହେବ ନୂଆ ନିୟମ ।

ସିବିଡିଟି ପକ୍ଷରୁ ପାନ୍ କାର୍ଡରେ ଅଣା ଯାଇଥିବା ନୂତନ ପରିର୍ତ୍ତନ ଆସନ୍ତା ଡିସେମ୍ବର ୫ ତାରିଖରୁ ଲାଗୁ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

762

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସସେସ୍ (ସିବିଡିଟି) ଆଜି ଏକ ବିଜ୍ଞପ୍ତି ଜାରି କରି ପାନ୍ କାର୍ଡ ନିୟମରେ କେତେକ ନୂତନ ପରିବର୍ତ୍ତନ ଆଣିଥିବା ଘୋଷଣା କରିଛନ୍ତି। ସିବିଡିଟି ପକ୍ଷରୁ ପାନ୍ କାର୍ଡରେ ଅଣା ଯାଇଥିବା ନୂତନ ପରିର୍ତ୍ତନ ଆସନ୍ତା ଡିସେମ୍ବର ୫ ତାରିଖରୁ ଲାଗୁ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସିବିଡିଟି ପକ୍ଷରୁ ପାନ୍ କାର୍ଡ ନିୟମରେ ଅଣାଯାଇଥିବା ନୂତନ ପରିବର୍ତ୍ତନଗୁଡ଼କ ମଧ୍ୟରେ ଏଣିକି ଯେଉଁ ବ୍ୟକ୍ତିମାନେ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ୨.୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କାରବାର କରୁଛନ୍ତି ସେମାନଙ୍କ ପାଇଁ ପାନ୍ କାର୍ଡ କରିବା ବାଧ୍ୟତାମୂଳକ ହୋଇଛି। ଯେଉଁ ବ୍ୟକ୍ତିମାନେ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ୨.୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କାରବାର କରୁଛନ୍ତି ଅଥଚ ସେମାନଙ୍କର ପାନ୍ କାର୍ଡ ନାହିଁ ସେମାନେ ଆସନ୍ତା ଆୟକର ରିଟର୍ଣ୍ଣ ଦାଖଲ କରିବା ପୂର୍ବରୁ ମେ ମାସ ୩୧ ତାରିଖ ସୁଦ୍ଧା ପାନ୍ କାର୍ଡ ପାଇଁ ଆବେଦନ କରିବେ। ସେହିପରି ଯେଉଁମାନେ ବାର୍ଷିକ ୫ ଲକ୍ଷରୁ ଅଧିକ ଆୟ କରୁଥିବେ ସେମାନଙ୍କ ପାଇଁ ମଧ୍ୟ ଏଣିକି ପାନ୍ କାର୍ଡ ବାଧ୍ୟତାମୂଳକ ହେବ। ସେହିପରି କମ୍ପାନିର ପରିଚାଳନା ନିର୍ଦ୍ଦେଶକ, ପାର୍ଟନର, ଟ୍ରଷ୍ଟି, ଲେଖକ, ପ୍ରତିଷ୍ଠାତା, କର୍ତ୍ତା, ମୁଖ୍ୟ କାର‌୍ୟ୍ୟନିର୍ବାହୀ, ପ୍ରମୁଖ ଅଧିକାରୀମାନଙ୍କ ପାଇଁ ମଧ୍ୟ ପାନ୍କାର୍ଡ ବାଧ୍ୟତାମୂଳକ ହେବ। ଏଥିସହ ନିଜ ନିଜର ପାନ କାର୍ଡରେ ବାପାଙ୍କ ନାମ ଉଲ୍ଲେଖ ରହିବା ବାଧ୍ୟତାମୂଳକ ହେବ ବୋଲି ସିବିଡିଟି ପକ୍ଷରୁ ସ୍ପଷ୍ଟ କରି ଦିଆଯିବା ସହ ଆସନ୍ତା ଡିସେମ୍ବର ୫ ତାରିଖରୁ ଏହି ନୂତନ ନିୟମ ଲାଗୁ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।