କନକ ବ୍ୟୁରୋ: ଓଡ଼ିଆ ଚଳଚିତ୍ର ତଥା ଯାତ୍ରା ଜଗତର ଲୋକପ୍ରିୟ ଅଭିନେତାଙ୍କ ଅଭିନୟରେ ସବୁବେଳେ ପ୍ରଭାବିତ ହୋଇଥାନ୍ତି ଦର୍ଶକ । ଏଥିରୁ ବାଦ ଯିବେ ବା କିପରି ? ଏହି ଭାବଧାରାକୁ ନେଇ ଡ଼ଃ ନିର୍ମଳ ନାୟକଙ୍କ ରଚିତ ଗୀତ “ ଗୋରୀ ତତେ ଉଠେଇନେବି ” ରେଡ଼ିଓ ଚକୋଲେଟ ୧୦୪ ଏଫଏମ୍ ରେ ଗତକାଲି ମୁକ୍ତିଲାଭ କରିଛି ।
ଗୀତଟିକୁ କଣ୍ଠଦାନ କରିଛନ୍ତି ତାରିକ୍ ଅଜିଜ୍ ଏବଂ ସଂଗୀତ ନିର୍ଦେଶନା ଦେଇଛନ୍ତି ଶ୍ରୀକାନ୍ତ ପଣ୍ଡା । ଗୀତର ପ୍ରୋଗ୍ରାମିଂ ଅଭିଷେକ କରିଥିବା ବେଳେ ରେକଡ଼ିଂ ଓ ମିକ୍ସିଂ ଦାୟିତ୍ୱ ତୁଲାଇଛନ୍ତି ସ୍ମୃତି ରଂଜନ । ଗୀତର ଷୁଡ଼ିଓ ଭର୍ସନରେ କ୍ୟାମେରା ଦାୟିତ୍ୱରେ ଅଛନ୍ତି ସନ୍ତୋଷ । ପୋଷ୍ଟର ଡିଜାଇନ ହାଡୁକିଶୋର ଏବଂ ଏଡିଟିଂ ଗ୍ରାଫିକ୍ସ୍ କରିଛନ୍ତି ଅରୁଣ ଦାସ । ଗୀତଟି ରେଡ଼ିଓ ଚକ୍ଲେଟର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଯାଇଛି । ରେଡ଼ିଓ ଚକୋଲେଟ ଆପରେ ମଧ୍ୟ ଗୀତଟି ଉପଲବ୍ଧ । ଶ୍ରୋତା ମାନଙ୍କୁ ଗୀତଟି ବେଶ୍ ଭଲ ଲାଗିବ ବୋଲି ଆଶା କରା ଯାଉଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/gori-tate-uthei-nebi-hd.jpg)
/kanak/media/post_attachments/wp-content/uploads/2019/11/gori-tate-uthei-nebi-hd-1024x614.jpg)