କନକ ବ୍ୟୁରୋ: କରୋନାର କରୁଣ କାହାଣୀ ଆପଣମାନେ ଟିଭି ପରଦାରେ ଅନେକ ଦେଖିଛନ୍ତି । କରୋନା କାଳରେ ଚାକିରି ହରାଇ ଘରକୁ ଫେରି ଆସିଛନ୍ତି ଅନେକ ପ୍ରବାସୀ ଶ୍ରମିକ । ଗରିବ ଖଟିଖିଆ, ବୁଲାବିକାଳି, ଉଠା ଦୋକାନୀ ଠାରୁ ଆରମ୍ଭ କରି ମଧ୍ୟବିତ୍ତ, ସମସ୍ତଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି ଏଇ କରୋନା । ଆଗରୁ ନ୍ୟୁଜ ଜରିଆରେ ଏସବୁ ଖବର ଆପଣ ଜାଣୁଥିଲେ, ହେଲେ ଆଗକୁ ଫିଲ୍ମ ଜରିଆରେ ଦେଖିବେ । କରୋନାର କରୁଣ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଓଡିଆ ଚଳଚ୍ଚିତ୍ର “ଲଗାମ୍” । ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ଅମ୍ଲାନ ଦାସ । ସେ ପ୍ରବାସୀ ଶ୍ରମିକ ଭୂମିକାରେ ଦର୍ଶକଙ୍କୁ ଆକୃଷ୍ଟ କରିବେ ଏବଂ ଫିଲ୍ମରେ ତାଙ୍କ ନାୟିକା ସାଜିଛନ୍ତି ତମନ୍ନା ଭ୍ୟାସ୍ ।
‘ଲଗାମ’ ଜରିଆରେ ଲୋକଙ୍କ କରୋନା କଷ୍ଟକୁ ପରଦାରେ ଦେଖେଇବା ପାଇଁ ସୁଟିଂ ଆରମ୍ଭ ହୋଇଯାଇଛି । କାହାଣୀ, ଚିତ୍ରନାଟ୍ୟ, ସଂଳାପ ଲେଖିବା ସହ ପ୍ରଯୋଜନା ଦାୟିତ୍ୱ ତୁଲାଉଛନ୍ତି ରଞ୍ଜିତ କୁମାର ସାହୁ । ଓଡିଆଙ୍କ କାହାଣୀ, ଓଡିଶା ମାଟି ପାଣି ପବନର କଥାକୁ ନେଇ ତିଆରି ହେଉଥିବା ଚଳଚ୍ଚିତ୍ର ‘ଲଗାମ’ରେ ଡ୍ରାମା, ଲଭଷ୍ଟୋରୀ, କମେଡି, ସସପେନ୍ସ ରହିଥିବା କହିଛନ୍ତି ନିର୍ଦ୍ଦେଶକ ଦେଉଛନ୍ତି ପିନୁ ନାୟକ । ଗରିବଙ୍କ ବେକରେ ସବୁବେଳେ ଲଗାମ୍ ଲାଗିଥାଏ, ସରକାରୀ ବ୍ୟବସ୍ଥାରେ ଉଚ୍ଚପଦସ୍ତ ବ୍ୟକ୍ତିଙ୍କର ହାତରେ ସବୁବେଳେ ଗରିବର ଲଗାମ୍ ଥାଏ । ଏହିଭଳି ବାସ୍ତବଧର୍ମୀ କଥାବସ୍ତୁକୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଲଗାମର ପୂରା ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/48-1.jpg)