ରଥଯାତ୍ରା ଉପଲକ୍ଷେ… ଜୀ ସାର୍ଥକରେ ଆସନ୍ତା ଜୁଲାଇ ୭ ତାରିଖ ସନ୍ଧ୍ୟା ସାଢେ ୬ଟାରେ ଦେଖନ୍ତୁ ନୂଆ ଚଳଚ୍ଚିତ୍ର ‘ଜଗା ମୋ ଜଗତଜିତା’

82

କନକ ବ୍ୟୁରୋ: ପାଖେଇ ଅସୁଛି ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା । ତେଣୁ ଜୀ ସାର୍ଥକ ମଧ୍ୟ ଓଡିଆ ଦର୍ଶକଙ୍କ ମନ ଜାଣି ନେଇ ଆସୁଛି ଭକ୍ତ ଓ ଭଗବାନଙ୍କ ମିଳନର କାହାଣୀର ଚଳଚ୍ଚିତ୍ର ‘ଜଗା ମୋ ଜଗତଜିତା’ । ଏହି ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ଜୀ ସାର୍ଥକ ପ୍ରସ୍ତୁତ କରିଛି ଏହି ଜଗନ୍ନାଥଙ୍କ ମାନବୀୟ ଲୀଳାର ଏକ ନିଆରା କାହାଣୀ । ଫିଲ୍ମଟି ଭକ୍ତଙ୍କ ଅଲୌକିକ ଅନୁଭୂତିର କାହାଣୀକୁ ନିଖୁଣ ଭାବେ ଦର୍ଶାଯାଇଥିବା ବେଳେ ଏହା ଲୋକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଜଣାପଡିଛି ।

ଶ୍ରୀଚନ୍ଦ୍ରପୁର ଜଗନ୍ନାଥ ମନ୍ଦିର ପୂଜକ ବଟକେଶ୍ଵର ମିଶ୍ର ରୁହନ୍ତି ନିଜ ବିଧବା ବୋହୁ ସୁଜାତା ଓ ନାତି ଜଗା ସହିତ । ପୁଅ ସୈନିକ ହୋଇ ଦେଶ ପାଇଁ ବୀରଗତି ପ୍ରାପ୍ତ ହୋଇଛନ୍ତି । ସେପଟେ ଗାଁର ଜମିଦାରଙ୍କ ଝିଅ ଚନ୍ଦ୍ରିକା ଜଗାର ସାନ ବେଳର ପ୍ରେମ । କିନ୍ତୁ ସମୟର କାଳଚକ୍ରରେ ଜମିଦାରଙ୍କ ମୃତ୍ୟୁ ହୋଇଛି ଓ ଚନ୍ଦ୍ରିକା ଦୂରେଇ ଯାଇଛି ଜଗା ଠାରୁ । ଜଗା ମଧ୍ୟ ଯୋଗ ଦେଇଛି ଭାରତୀୟ ସେନାରେ ହେଲେ ଏହାରି ଭିତରେ ଆସିଛି ଓଡ଼ିଆଙ୍କ ମଉଡମଣି ଜଗନ୍ନାଥଙ୍କ ରଥଯାତ୍ରା ଓ କଳାଠାକୁର ଖେଲିଛନ୍ତି ଖେଳ । ଗାଁରେ ସମସ୍ତେ ଏକ ହୋଇଛନ୍ତି ଓ ଧରାପଡ଼ିଛି ଖଳନାୟକ ଯାହା ପାଇଁ ଏତେ କାହାଣୀ । ତେବେ କଣ ହେବ ଆଗକୁ ? ରଥଯାତ୍ରା ହେବ ତ ? ଚନ୍ଦ୍ରିକା ଜଗାକୁ ପାଇବ ତ ? ଏହିପରି ସବୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ ।

ଜୀ ସାର୍ଥକ ଫିଲ୍ମ୍ସ ବ୍ୟାନରରେ, ଏସପିପି ପ୍ରଡକସନ୍ସ ହାଉସର ‘ଜଗା ମୋ ଜଗତଜିତା’ ଫିଲ୍ମର କାହାଣୀ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା । ନିର୍ଦ୍ଦେଶକ ହେଉଛନ୍ତି ତ୍ରିପତି ସାହୁ ଓ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ । ବୈଦ୍ୟନାଥ ଦାଶ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ନିହାର ପ୍ରିୟାଶୀଷ ଏବଂ ଅରୁଣ ମନ୍ତ୍ରୀ । ଫିଲ୍ମର ମୁଖ୍ୟ ଭୂମିକାରେ ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ବାଦଲ ମହାନ୍ତି, ପୃଥ୍ଵୀରାଜ ନାୟକ ସହିତ ଓଡିଆ ଚଳଚ୍ଚିତ୍ର ଜଗତର ନାମୀ ଦାମୀ କଳାକାର ନଜର ଆସିବେ ।

ଫିଲ୍ମରେ ଅଛି ରହସ୍ୟ ଓ ରୋମାଞ୍ଚ, କାହାଣୀରେ ମଧ୍ୟ ନୂତନତ୍ତ୍ୱ ଅଛି, ଯାହା ଦର୍ଶକଙ୍କୁ ଭଲ ଲାଗିବ । ଆସନ୍ତା ୭ ତାରିଖ ସନ୍ଧ୍ୟା ୬:୩୦ ରେ ଦର୍ଶକମାନ ଚଳଚ୍ଚିତ୍ରଟି ଦେଖିଲେ ନିଶ୍ଚୟ ମନୋରଞ୍ଜନ ପାଇବେ ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ।