କଟକ-ଭୁବନେଶ୍ୱରରେ ପାର୍ବଣ କଟକଣା: ରାତି ୮ଟାରୁ ନାଇଟ କର୍ଫ୍ୟୁ, ଜାଣନ୍ତୁ କେବେଠୁ ଲାଗୁ ହେବ ନିୟମ?

114

କନକ ବ୍ୟୁରୋ: ଆସିଲା ଅକ୍ଟୋବର ମାସ ପାଇଁ ଗାଇଡଲାଇନ । ଏସଆରସି ପ୍ରଦୀପ ଜେନା ପ୍ରେସମିଟ କରି ଅକ୍ଟୋବର ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି । ଅକ୍ଟୋବର ଗାଇଡଲାଇନରେ ପାର୍ବଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । କଟକ, ଭୁବନେଶ୍ୱରରେ ଜାରି ରହିବ ନାଇଟ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ଏହି ନିୟମ ରହିବ ।

ଦୁର୍ଗା ପୂଜାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର କଟକ, ଭୁବନେଶ୍ୱରରେ ଏହି ନିୟମ ଜାରି କରିଛନ୍ତି । କେବଳ ଏହି ୧୦ ଦିନ ସ୍ୱତନ୍ତ୍ର ନାଇଟ କର୍ଫ୍ୟୁ ଲାଗୁ ହେବ । ଅନ୍ୟ ଦିନ ମାନଙ୍କରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ ।

ସେହିପରି ଅକ୍ଟୋବର ମାସରେ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ପୂର୍ବ ଭଳି ବଳବତ୍ତର ରହିବ । ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ । ତେବେ ଅନ୍ୟ ସବୁ କଟକଣା ସେପ୍ଟେମ୍ବର ଗାଇଡଲାଇନ ଅନୁସାରେ ସମାନ ରହିବ ।

ପାର୍ବଣ ସମୟରେ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ କରୋନା କଟକଣା ପାଳନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ପାର୍ବଣ ସମୟରେ ଆମକୁ ସରକାରଙ୍କ ନିୟମ ମାନିବାକୁ ହେବ । ଯଦି ଏହି ଦୁଇ ମାସ ଆମେ ନିୟମ ମାନି ରହିବା ତେବେ ଭବିଷ୍ୟତର ତୃତୀୟ ଲହରକୁ ଏଡାଇ ଦେଇପାରିବା ।