ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ ; କହିଲେ, ବିଧାନସଭା ଶେଷ ପରେ ଆରମ୍ଭ ହେବ ନୂଆ ମ୍ୟୁନିସିପାଲିଟି ଓ ଏନଏସି ପ୍ରକ୍ରିୟା

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ ; କହିଲେ, ବିଧାନସଭା ଶେଷ ପରେ ଆରମ୍ଭ ହେବ ନୂଆ ମ୍ୟୁନିସିପାଲିଟି ଓ ଏନଏସି ପ୍ରକ୍ରିୟା

କନକ ବ୍ୟୁରୋ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ। ବିଧାନସଭା ଶେଷ ହେବା ପରେ ଆରମ୍ଭ ହେବ ନୂଆ ମ୍ୟୁନିସିପାଲିଟି ଓ ଏନଏସି ପାଇଁ ପ୍ରକ୍ରିୟା। ପୂର୍ବ ସରକାର କେବଳ ନିର୍ବାଚନକୁ ଦେଖି ଏନଏସି ଘୋଷଣା କରିଥିଲେ। ଏଥିରେ ପରିବର୍ତ୍ତନ ହେବ ।

ମନ୍ତ୍ରୀ କହିଲେ, ନୂଆ ଏନଏସସିର କେବଳ ଘୋଷଣାରେ ସୀମିତ ଥିଲା। ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି କାଗଜ ପତ୍ରନାହିଁ। ଜିଲ୍ଲାପାଳଙ୍କୁ ଗୋଟେ ଗୋଟେ ଚିଠି ହୋଇଥିବା କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ବର୍ତ୍ତମାନ ପର୍ୟ୍ୟନ୍ତ ତା’ ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହା ଉପରେ ପଦକ୍ଷେପ ନିଆଯିବ। ଏହା ସେତେବେଳର ସରକାର ନିର୍ବାଚନ ଏଜେଣ୍ଡା ଥିବ। ସେମାନେ ନିର୍ବାଚନକୁ ଦେଖି ଘୋଷଣା କରି ଥାଇ ପାରନ୍ତି। ବର୍ତମାନର ସରକାର ଚାହୁଁଛନ୍ତି ଯେଉଁ ଗୁଡିକ ଏନଏସି, ମୁନିସିପାଲଟି ହେବା ଯୋଗ୍ୟ ତାକୁ ସରକାର ନୂଆ କରିବ। ଏହାକୁ ବିଧିବଦ୍ଧ ଭାବେ ତଦନ୍ତ କରି ଅଫିସରଙ୍କୁ ପଠାଇବା ପାଇଁ ଆଲୋଚନା କରାଯିବ। ଆବଶ୍ୟକତା ସ୍ଥଳେ ନୂଆ ଏନଏସସି ହେବ ବୋଲି କହିଛନ୍ତି ମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe