କନକ ବ୍ୟୁରୋ : ନୂଆ ମୋଟର ଯାନ ଆଇନ ଅନୁସାରେ ଆଜିଠାରୁ ଲାଗୁ ହେଲା ନୂଆ ନିୟମ । ଗାଡି ଚଳାଇବା ବେଳେ ଆଉ ଦରକାର ପଡିବନି ଡିଏଲ୍ କିଂବା ଅନ୍ୟ କାଗଜ ପତ୍ର । ଯଦି କୌଣସି ଗାଡି ଚାଳକ ନିଜ ସହିତ ଏସବୁ କାଗଜପତ୍ର ରଖିନାହାନ୍ତି ତେବେ କୌଣସି ସମସ୍ୟା ନାହିଁ । ସେମାନଙ୍କ ଉପରେ ଆଉ କୌଣସି ଜରିମାନା ଲାଗିବ ନାହିଁ । ତେବେ ଚାଳକଙ୍କୁ ଏଥିପାଇଁ ନିଜ ମୋବାଇଲରେ ରଖିବାକୁ ପଡିବ ଡିଜି ଲକ୍ ଆପ୍ ଏବଂ ଏମ୍ ପରିବହନ ଆପ୍ । ଏହି ଦୁଇଟି ଆପରେ ଆପଣ ନିଜ ଡିଏଲ୍, ଗାଡି ଇନସୁରାନ୍ସ, ପ୍ରଦୂଷଣ ସଂକ୍ରାନ୍ତିୟ କାଗଜପତ୍ର ରଖିପାରିବେ ।
ନୂଆ ମୋଟର ଯାନ ନିୟମ ଅନୁସାରେ ଅକ୍ଟୋବର ୧ ତାରିଖ ଅର୍ଥାତ୍ ଆଜିଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି । ଫଳରେ ଗାଡି ଚଳାଇବା ସମୟରେ ଆଉ ପାଖରେ ଡିଏଲ ଏବଂ ଇନସୁରାନ୍ସ ସମେତ ଅନ୍ୟ କାଗଜ ପତ୍ରର ହାର୍ଡ କପି ରଖିବା ଆଉ ବାଧ୍ୟତାମୂଳକ ନୁହଁ । ଚେକିଂ ବେଳେ ଗାଡି ଚାଳକ ଏଣିକି ଡିଜିଟାଲ କପି ଦେଖାଇ ପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/26-2.jpg)