ନିୟମ ଭାଙ୍ଗିଲେ, ୨ଲକ୍ଷ ଗଣିଲେ । ଟ୍ରକ୍ ଡ୍ରାଇଭରଙ୍କ ଉପରେ ମୋଟା ଅଙ୍କର ଜରିମାନା ଲଗାଇଲେ ଦିଲ୍ଲୀ ପୋଲିସ

ନିୟମ ଭାଙ୍ଗିଲେ, ୨ଲକ୍ଷ ଗଣିଲେ । ଟ୍ରକ୍ ଡ୍ରାଇଭରଙ୍କ ଉପରେ ମୋଟା ଅଙ୍କର ଜରିମାନା ଲଗାଇଲେ ଦିଲ୍ଲୀ ପୋଲିସ

australianmining.com.au

ପୁଣି ଆଉ ଜଣେ ଟ୍ରକ୍ ଡ୍ରାଇଭରଙ୍କ ଉପରେ ଲାଗିଛି ଟ୍ରାଫିକ ପୋଲିସଙ୍କ ଛାଟ । ଦିଲ୍ଲୀରେ ଜଣେ ଟ୍ରକ ଚାଳକ ଓଭର ଲୋଡିଂ ଏବଂ ବିନା ଲାଇସେନ୍ସରେ ଗାଡି ଚଳାଉଥିବାରୁ ତାଙ୍କୁ ୨ଲକ୍ଷ ୫ଶହ ଟଙ୍କା ତଣ୍ଡ ଗଣିବାକୁ ପଡିଛି ।
ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଜଣେ ଟ୍ରକ ଚାଳକଙ୍କ ନାମରେ ଦିଲ୍ଲୀ ପୁଲିସ ୨ ଲକ୍ଷ ୫୦୦ ଟଙ୍କା ଚାଲାଣ କାଟିଛି। ଦିଲ୍ଲୀର ମୁକର୍ବା ଛକରେ ମାତ୍ରାଧିକ ଲୋଡିଂ ପାଇଁ ପୁଲିସ ଟ୍ରକ ଚାଳକଙ୍କୁ ଅଟକାଇଥିଲା। କାଗଜପତ୍ର ଯାଞ୍ଚ କରିବା ପରେ ଜଣାପଡିଥିଲା କି ତାଙ୍କ ପାଖରେ ଲାଇସେନ୍ସ କି ଗାଡିର ଅନ୍ୟ କାଗଜ ପତ୍ର ନଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ମୋଟ୍ ୨ ଲକ୍ଷ ୫୦୦ ଟଙ୍କାର ଚାଲାଣ କାଟିଥିବା ଜଣାପଡ଼ିଛି।

ମାତ୍ରାଧିକ ଲେଡିଂ ପାଇଁ ପୂର୍ବରୁ ସେପ୍ଟେମ୍ବର ୫ରେ ରାଜସ୍ଥାନର ଜଣେ ଟ୍ରକ ମାଲିକଙ୍କୁ ପୁଲିସ ୧ ଲକ୍ଷ ୪୧ ହଜାର ୭୦୦ ଟଙ୍କା ଜରିମାନା ଦେବାକୁ କହିଥିଲା। ଟ୍ରକ ମାଲିକ ଭଗବାନ ରାମ ନୂଆଦିଲ୍ଲୀର ରୋହିଣୀ କୋର୍ଟରେ ସେପ୍ଟେମ୍ବର ୯ରେ ଟଙ୍କା ଜମା କରିଥିଲେ।
ସେହିଭଳି ଓଡ଼ିଶାର ସମ୍ବଲପୁରରେ ମଧ୍ୟ ମାତ୍ରାଧିକ ଲୋଡିଂ ପାଇଁ ଜଣେ ନାଗାଲାଣ୍ଡର ଟ୍ରକ ଚାଳକଙ୍କୁ ୮୬ ହଜାର ୫୦୦ ଟଙ୍କା ଚାଲାଣ କଟାଯାଇଛି। ପୁଲିସ ଅନାଧିକୃତ ଟ୍ରକ ଚଳାଇବା ପାଇଁ ୫ ହଜାର ଟଙ୍କା, ବିନା ଲାଇସେନ୍ସରେ ଟ୍ରକ ଚଳାଇବା ପାଇଁ ୫ ହଜାର ଟଙ୍କା, ଓଭରଲୋଡିଂ ପାଇଁ ୫୬ ହଜାର ଟଙ୍କା ଏବଂ ଅନ୍ୟ ଭୁଲ ପାଇଁ ୨୦ ହଜାର ୫୦୦ ଟଙ୍କାର ଚାଲାଣ କାଟିଥିଲା।
ସୂଚନାଯୋଗ୍ୟ ଚଳିତ ମାସ ୧ ତାରିଖରୁ ଦେଶରେ ନୂତନ ସଡ଼କ ଓ ପରିବହନ ନିୟମ ଲାଗୁ ହେବା ପରେ ଚାଳକମାନେ ଭୟଭୀତ ହୋଇଯାଇଛନ୍ତି। ନୂତନ ନିୟମ ଲାଗୁ ହୋଇଥିଲେ ବି କିଛି ରାଜ୍ୟରେ ଟ୍ରାଫିକ ଚାଲାଣ ନେଇ କୋହଳ କରାଯାଇଛି। ତଥାପି ଲୋକେ ଘରୁ ସଡ଼କ ଉପରକୁ ଯିବା ପୂର୍ବରୁ ଅନେକ ଚିନ୍ତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe